ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ…

ଫୁଲବାଣୀ: ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି ଏବଂ ସେଥିପାଇଁ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଇଛି । ଫଳରେ ଆବଶ୍ୟକ ଶିକ୍ଷା ଓ ସୁରକ୍ଷା ପାଇ ଥଇଥାନ ହେଉଛନ୍ତି ଶିଶୁ ମାନେ ବୋଲି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଆଜି ଜିଲ୍ଲାର ଦୁର୍ଗମ ଓ ଅତ୍ୟନ୍ତ ମାଓ ପ୍ରବଣ ଅଞ୍ଚଳ ଫିରିଙ୍ଗିଆ ବ୍ଲକଗୋଛାପଡା ଥାନା ଅନ୍ତର୍ଗତବାଲନ୍ଦାପଡ଼ା ଠାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟ ରେ ଅନୁଷ୍ଠିତ ଭ୍ରାମ୍ୟମାଣ ଶିବିରରେ ଏପରି ମାତା ଦେଉଛନ୍ତି ବିଧାୟକ। ବାଲନ୍ଦାପଡା ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ଏହି ଶିବିରକୁ ବିଧାୟକ ଉଦଘାଟନ କରିଥିବା ବେଳେ ସ୍ଵାତୀ ଅନୁଷ୍ଠାନର ପ୍ରଦୀପ ସ୍ୱାଇଁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିସିପିଓ ରଶ୍ମିତା କରନ୍, ସି ଡବ୍ଲୁ ସି ଅଧ୍ୟକ୍ଷ ରଜତ ଦିଗାଲ,ଯୁବ ନେତା ବିଷ୍ଣୁ ମଲ୍ଲିକ,ସରପଞ୍ଚ ନିରାକାର ନାୟକ, ସି ଡ଼ବ୍ଲୁ ସି ସଭ୍ୟ ସଦାଶିବ ପାତ୍ର,ମମତା ଦାସ,ପ୍ରସନ୍ନ ବିଷୋୟୀ, ରାମ ଚନ୍ଦ୍ର ପରିଡା, ଫିରିଙ୍ଗିଆ ସିଡ଼ିପିଓ ହରପ୍ରିୟା ମେହେର, ଡିସିପିୟୁ ରୁ ସୁନିଲ ପ୍ରଧାନ,ସରୋଜ କହଁର,ପ୍ରଜ୍ଞା ପାରମିତା ପ୍ରମୁଖ ଉପସ୍ଥିତ ଥିଲେ। ପିତୃ ମାତୃ ବିହୀନ ଶିଶୁ ମାନଙ୍କୁ ଏହି ଅବସରରେ ଥଇଥାନ କରାଯାଇଥିଲା।

nis-ad
Leave A Reply

Your email address will not be published.