ବ୍ରାହ୍ମଣୀଗାଁରେ ଥିବା ଏକମାତ୍ର ବିଏସଏନଏଲ ସେବା ଦୀର୍ଘ ୪ମାସ ଧରି ବନ୍ଦ

ଦାରିଙ୍ଗବାଡି, ୨୩/୨, ଆଜିର ଡିଜିଟାଲ ଯୁଗରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଥିବା ଏକ ମାତ୍ର ବିଏସଏନଏଲ ନେଟୱର୍କ ସେବା ଦୀର୍ଘ ୪ମାସ ଧରି ଗତ ନଭେମ୍ବର ମାସଠାରୁ ଆଜ ଯାଏ ବନ୍ଦ ରହିଛି। ଯାହରି ଫଳରେ ଅତ୍ୟାବଶ୍ୟକ ବିଏସଏନଏଲ ନେଟୱର୍କ ସେବା ପାଇବାରୁ ଅଞ୍ଚଳର ୮ ଗୋଟି ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଜନସାଧାରଣ ବଞ୍ଚିତ ହୋଇ ରହି ଆସୁଥିବା ଜଣାପଡିଛି। ଏହି ସେବା ଅବ୍ୟାହତ ଫଳରେ ବର୍ତ୍ତମାନ ପରୀକ୍ଷା ସମୟ ଥିବାରୁ ମୂଖ୍ୟତଃ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠ ପଢାରେ ସମସ୍ୟା ଦେଖାଦେଇଛି। ସେହିପରି ବିଏସଏନଏଲର FTTH ବ୍ରଡବ୍ୟାଣ୍ଡ ଗ୍ରାହକ ପ୍ରାୟ ୧୩୦ ଜଣ ମଧ୍ୟ ଏହି ସେବା ନପାଇ ଆର୍ଥିକ କ୍ଷତି ସହୁଥିବା ଜଣାପଡ଼ିଛି। ଏହି ନେଟୱର୍କ ସମସ୍ୟା ନେଇ ବିଭାଗୀୟ ଅଧିକାରୀ ସହିତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଜନ ପ୍ରତିନିଧି ମାନେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା, ଆଜି ଯାଏ ଏହାର ସୁ ବ୍ୟବସ୍ଥା କରାଯାଇ ନଥିବା ସର୍ଵ ସାଧାରଣରେ ଦାବୀ ହେଉଥିବା ଜଣା ପଡିଛି। ପ୍ରକାଶ ଥାଉକି ସରକାରଙ୍କ ସମସ୍ତ ସୁଯୋଗ ପାଇବା ପାଇଁ ଅନ ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି। ବ୍ରାହ୍ମଣୀଗାଁ ଅଞ୍ଚଳ ପାଇଁ ଏକ ମାତ୍ର ବିଏସଏନଏଲ ନେଟ୍ ୱାର୍କ୍ ସେବା ରହିଛି। ହେଲେ ଏହି ସେବା ଦୀର୍ଘ ୪ ମାସ ହେଲା ସଠିକ ଭାବରେ ନରହିବା ଫଳରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଜରୁରୀ ପରିସ୍ଥିତିରେ ବିଭିନ୍ନ ଅନ୍ ଲାଇନ୍ ଆବେଦନ ପାଇଁ ସର୍ବ ନିମ୍ନ ୪୦-୭୦ କି.ମି ଦୂର ବ୍ଲକ୍ ମହକୁମା ଦାରିଙ୍ଗବାଡ଼ି କିମ୍ବା ପଡ଼ୋଶୀ ଗଜପତି ଜିଲ୍ଲା ମୋହନା ବ୍ଲକ ମହକୁମାକୁ ୪୦ କି.ମି ଯିବାକୁ ବାଧ୍ୟ ହେଉଛନ୍ତି। ଯାହରି ଫଳରେ ଅଞ୍ଚଳ ବାସୀ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ବିଏସଏନଏଲ ନେଟୱର୍କ ସେବା ନ ରହିବା ଫଳରେ ବ୍ୟାଙ୍କ, ପୋଷ୍ଟ ଅଫିସ ସେବା, ଜନ ସେବା କେନ୍ଦ୍ର ଓ କିୟୋସ୍କ ସେବା ପ୍ରାୟ ଠପ୍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଞ୍ଚଳ ପାଇଁ ରହିଥିବା ଏକମାତ୍ର ବିଏସଏନଏଲ ନେଟୱର୍କ ସେବା ସଠିକ ଭାବରେ ନପାଇ ମଧ୍ୟ ବ୍ରାହ୍ମଣୀଗାଁ ଅଞ୍ଚଳର ବିଏସଏନଏଲର FTTH ବ୍ରଡବ୍ୟାଣ୍ଡ ୧୩୦ ଜଣ ଗ୍ରାହକ ୪ ମାସ ହେଲା ମାସିକ ଦେୟ ଦେଇ ଆର୍ଥିକ କ୍ଷତି ସହୁଥିବା ଦାବୀ କରୁଛନ୍ତି। ବିଭାଗୀୟ ତୃଟି ଥାଇମଧ୍ୟ, ବିଏସଏନଏଲ କାର୍ଯ୍ୟାଳ ପକ୍ଷରୁ FTTH ବ୍ରଡବ୍ୟାଣ୍ଡ ୧୩୦ ଜଣ ଗ୍ରାହକଙ୍କ ଦେୟ ମୂକ୍ତ କରା ଯାଉନଥିବା ଦୁଃଖ ଓ ପରିତାପର ବିଷୟ ମଧ୍ୟ। ଏଣୁ ଏହି ଗ୍ରାହକ ମାନେ ବିଏସଏନଏଲ ଅଧିକାରୀଙ୍କ ବିରୋଧରେ କଞ୍ଜ୍ୟୁମର କେସ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଅତ୍ୟାବଶ୍ୟକ ନେଟୱର୍କ ସମସ୍ୟାକୁ ଜରୁରୀ ମନେକରି ବିଭାଗୀୟ ଅଧିକାରୀଙ୍କ ସହିତ ଜିଲାପାଳ ଗୁରୁତ୍ଵ ଦେବାକୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।

nis-ad
Leave A Reply

Your email address will not be published.