ଲକ୍ଷ୍ମୀ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କନ୍ଧମାଳ ଜିଲ୍ଲାପାଇଁ ବରଦାନ : ଡଃ. ସାମନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥାନୀୟ ଯାତାୟତ ସୁବିଧା ନିମନ୍ତେ ସରକାର ଲକ୍ଷ୍ମୀ ଭଡ଼ା ୫ଟଙ୍କା ରହିଛି । ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ତା ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ l ଏହି ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବରେ ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା ପୂର୍ବଭାରତର ଓଡ଼ିଶାର ସାଲୁଗା ପ୍ରଧାନ, ମାନ୍ୟବର ସାଂସଦ, କନ୍ଧମାଳ ଡଃ. ଅଚ୍ୟୁତ ସାମନ୍ତ, ଅଧ୍ୟକ୍ଷ, ସ୍ବତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ରଦନ ମଲ୍ଲିକ, ମାନ୍ୟବର ବିଧାୟକ, ଫୁଲବାଣୀ ଅଙ୍ଗଦ କହଁର, ମାନ୍ୟବର ବିଧାୟକ, ବାଲିଗୁଡ଼ା ଚକ୍ରମଣି କହଁର, ମାନନୀୟ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନି ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ସମେତ ପ୍ରଶାସନିକ ଅଧିକାରୀ ,ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥ‌ିବା ମିଶନ ଶକ୍ତି ମା’ଓ ଜନସାଧାରଣ, ଗଣ ଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ମାନ୍ୟବର ବିଧାୟକ,ବାଲିଗୁଡ଼ା ଚକ୍ରମଣି କହଁର କହିଲେ, ଆଜି ଏକ ଐତିହାସିକ ଦିନ । ଜିଲ୍ଲାରେ ଗମନା ଗମନର ଅସୁବିଧାକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ଯୁଗାନ୍ତକାରୀ ଯୋଜନା କହିଲେ ଭୁଲ ହେବ ନାହିଁ କାରଣ ଜିଲ୍ଲାର ଲୋକମାନେ ଉପକୃତ ହେବା ସହିତ ଜିଲ୍ଲା ବାହାରୁ ଆସୁଥ‌ିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ବେଶ୍ ସହାୟକ ହେବ । ସେମାନେ ସ୍ବଳ୍ପ ଖର୍ଚ୍ଚରେ ଜିଲ୍ଲା ସଦର ମହକୁମା ଫୁଲବାଣୀରୁ ପର୍ଯ୍ୟଟନ ସ୍ଥଳୀକୁ ଯିବା ଆସିବା କରିପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ଲକ୍ଷ୍ମୀ ବସ୍‌ର ଲୋକାର୍ପଣ ହୋଇଥିବାରୁ ସେ ଜିଲ୍ଲାବାସୀଙ୍କ ତରଫରୁ ନବୀନ ପଟ୍ଟନାୟକ ଏବଂ 5 ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିପରି, ମାନ୍ୟବର ସାଂସଦ, କନ୍ଧମାଳ ଡଃ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥ‌ିବା ପ୍ରାୟ ୧୦ହଜାର ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏହି ଐତିହାସିକ ଯୋଜନାର ଲୋକାର୍ପଣ ପାଇଁ କୃତଜ୍ଞତା ଜଣାଇବା ସହିତ ସାଧୁବାଦ ଜଣାଉଛୁ ବୋଲି କହିଥିଲେ। ଯଦିଓ ପୂର୍ବରୁ ଏହି ଜିଲ୍ଲା ଅନୁନ୍ନତ ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରୁଣାରୁ ୫ ବର୍ଷ ମଧ୍ୟରେ ଏହି ଜିଲ୍ଲା ଉନ୍ନତ ଜିଲ୍ଲାରେ ପରିଣତ ହୋଇପାରିଛି। ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲାର ଗମନାଗମନରେ ସୁଧାର ଆଣିବା ପରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏବେ ଲକ୍ଷ୍ମୀ ବସର ଶୁଭାରମ୍ଭ ଜିଲ୍ଲାବାସୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି । ଏହା ଏହି ଜିଲ୍ଲା ପାଇଁ ଅପରିହାର୍ଯ୍ୟ ଥିଲା। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କନ୍ଧମାଳ ଜିଲ୍ଲାପାଇଁ ବରଦାନ ବୋଲି ଡଃ. ସାମନ୍ତ କହିଥିଲେ । ଏହି ଜିଲ୍ଲାପାଇଁ ରାଜ୍ୟସରକାର ଙ୍କଦ୍ୱାରା ମଞ୍ଜୁର ହୋଇଥିବା ୫୦ଗୋଟି ଲକ୍ଷ୍ମୀ ବସ୍ ଯଥେଷ୍ଟ ନହେଲେ ଆଉ ଅଧିକ ୫ଟି ବସ୍ ଦେବାକୁ ଅନୁରୋଧ କରିଥିଲେ ଡଃ. ସାମନ୍ତ । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଅନୁମୋଦନ କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଆଧ୍ୟାତ୍ମିକ ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇଲେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ l ଏହି ସମସ୍ତଙ୍କୁ ସଂଯୋଗ କରିବ ପରିବହ‌ନ । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ତେଣୁ, କନ୍ଧମାଳ ଜିଲ୍ଲାବାସୀ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.