ଦିବ୍ୟାଙ୍ଗ ଭଗବାନ ସାମଲଙ୍କୁ ସ୍କୁଟି ପ୍ରଦାନ କଲେ ନୟାଗଡ଼ ବିଧାୟକ…


ଓଡ଼ଗାଁ : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଓଡ଼ଗାଁ ପଞ୍ଚାୟତ ସମିତି ଅଧୀନ ରାବରା ଗ୍ରାମ କଇଥ ସାହିର ଦିବ୍ୟାଙ୍ଗ ଭଗବାନ ସାମଲ(୫୬) ଙ୍କୁ ଏକ ଚାରିଚକିଆ ସ୍କୁଟି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରଦାନ କରିଛନ୍ତି । ରାବରା ପଞ୍ଚାୟତରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏହି ସ୍କୁଟି ପ୍ରଦାନ କରାଯାଇଥିଲା । ୨୦୨୧ ମସିହାରେ ଏକ ସଡ଼କ ଦୁର୍ଘଟଣା ରେ ଭଗବାନଙ୍କ ଡାହାଣ ଗୋଡ଼ ନଷ୍ଟ ହୋଇଯାଇଥିଲା । ସେ ସମ୍ପୂର୍ଣ ଅକ୍ଷମ ହୋଇପଡିଥିଲେ । ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସେନାପତି ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କୁ ଅବଗତ ପରେ ତାଙ୍କୁ ଚାରିଚକିଆ ସ୍କୁଟି ପ୍ରଦାନ କରାଯାଇଥିଲା। ସେ ସ୍କୁଟି କୁ ବ୍ୟବହାରକରୀ ଅନ୍ୟ କାହା ଉପରେ ନିର୍ଭର ନ ହୋଇ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଭଗବାନ ଖୁସିର ସହିତ କହିଛନ୍ତି ।

nis-ad
Leave A Reply

Your email address will not be published.