୫ ଦଫା ଦାବୀରେ ଗର୍ଜୀଲେ ଚାଷୀ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀ

ଦେବଗଡ଼,୧୯ା୨: ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଜି ପୂର୍ବାହ୍ନରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ସମ୍ମୁଖରୁ ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ହଜାର ହଜାର କୃଷକ ଓ କୃଷକ ନେତା ସରକାର ବିରୋଧୀ ବିଭିନ୍ନ ସ୍ଳୋଗାନ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ଶୋଭାଯାତ୍ରାରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବହୁ ସଂଖ୍ୟକ ଆଦିବାସୀ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସେଠାରେ କୃଷକ ସଂଘର୍ଷ ସଂଘର ସମ୍ପାଦକ ଗୁଣନିଧି ବେହେରାଙ୍କ ପରିଚାଳନାରେ ଆୟୋଜିତ ପ୍ରତିବାଦ ସଭାରେ କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ଶ୍ରୀ ହେମ୍ରମଙ୍କ ସମେତ ବହୁ କୃଷକ ନେତା ନିଜ ନିଜର ବଜକ୍ତବ୍ୟ ଉପସ୍ଥାପନ କରିବାସହ ଜିଲାର ଚାଷୀ ମାନଙ୍କର ଦାବୀ ପୁରଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦର୍ଶାଇ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ଏଥିସହ ଅବିଳମ୍ବେ ଉକ୍ତ ୫ ଦଫା ଦାବୀ ପୁରଣ ନହେଲେ ଆଗାମୀ ଦିନରେ ସଂଘର୍ଷ ସଂଘ ପକ୍ଷରୁ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ତୀବ୍ରତର କରାଉଯିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଜିଲାପାଳଙ୍କ ଅନୁପସ୍ଥିତିରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କୁ ଏମର୍ମରେ ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରିଥିଲେ । ଆଜିର ଏହି ଶୋଭାଯତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା କୃଷକ ସଂଘର୍ଷ ସଂଘର ଉପସଭାପତି ଦେବରାଜ ପ୍ରଧାନ, ଗିରିଧାରୀ ପ୍ରଦାନ, ସୁରେଶ କୁମାର ସାହୁ, ଭୀମସେନ ଗଡନାୟକ, କେଶବ ପ୍ରଧାନ, ସୁନୀଲ ଦଳବେହେରା, ସୁବାସ ଚନ୍ଦ୍ର ଭୋଇ,ରେବତୀ ମୋହନ ପଟ୍ଟନାୟକ, ସୁସାନ୍ତ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ସାହୁ ଓ ମିନତୀ ନାୟକ ପ୍ରମୁଖ ସାମିଲ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବୀ ନେଇ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦରେ ସଂଘର୍ଷ ସଂଘ ପକ୍ଷରୁ ପର୍ଯ୍ୟାୟ କ୍ରମେ ଜିଲାର ତିନୋଟି ଯାକ ବ୍ଲକର ପ୍ରାୟ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଏକାଧିକ ଗ୍ରାମ ପଂଚାୟତ ଘେରାଉ ଜାରୀ ରହିଥିଲା । ଏହା ସତ୍ୱେ ଦାବୀ ପୁରଣ ନହେବାରୁ ଆଜି ଜିଲାପାଇଳଙ ୍‌କ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଜିଲାପାଳଙ୍କ କାର୍ଯୟାଳୟ ଘେରାଉ କରାଯାଇଥିଲା ହଜାର ହଜାର ଚାଷୀ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀଙ୍କ ଆଗମନରେ ଆଜି ସମଗ୍ର ଦେବଗଡ ସହର ଲୋକାରଣ୍ୟରେ ପରିଣତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, କୃଷକ ମାନଙ୍କ ସ୍ୱାର୍ଥ ସମ୍ବଳିତ ଏହି ଶୋଭାଯାତ୍ରାକୁ ପୁରୁଣାପୋଷ୍ଟ ଅଫିସ ଛକ ସମେତ ବିଭିନ୍ନ ସ୍ଥାନରେ ଫୁଲ ଛିଂଚି ସ୍ୱାଗତ ସମ୍ବଦ୍ଧ୭ନା ଜ୍ଞାପନ କରା୍‌ାଇଥିଲା । ହଜାର ହଜାର ଚାଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଜିଲା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

nis-ad
Leave A Reply

Your email address will not be published.