ପୁଣି ଚର୍ଚ୍ଚା ରେ ଶ୍ରୀକାନ୍ତ, ଭାଲାନଟାନ୍ସ ଡେ଼ ରେ ହାଇଡ୍ରାମା : ସଂଯୁକ୍ତାଙ୍କୁ ପୋଲିସ ନେଲା କୁଆଡ଼େ..? ହେଲେକି ଗିରଫ..!
ଏହା ପଛର ମୁଖ୍ୟ ଖଳ ନାୟକ କିଏ..? ନା ପ୍ୟାର କିୟା ତ ଡ଼ରନା କ୍ୟା…….!!
ବ୍ରହ୍ମପୁର: ୧୪-୨ ଆଜି ଭାଲେନଣ୍ଟାଇନଡ଼େ ଥିବା ବେଳେ ସମୟ ସୁଯୋଗ ଦେଖି ପୋଲସରା ବିଧାୟକ ଘରେ ସଂଯୁକ୍ତା ସକାଳେ ପହଞ୍ଚିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପୋଲିସ ଓ ନେତା ମାନେ କାର୍ଯ୍ୟକ୍ରମ ସମୟ ରେ ଡେରା ପକାଇଥିଲେ। ପୂର୍ବରୁ ପୋଲସରା ବିଧାୟକ ଓ ସଂଯୁକ୍ତା ଙ୍କ ମଧ୍ୟରେ ତିକ୍ତତା ଦୀର୍ଘ ଦିନ ହେଲା ଲାଗିରହିଛି। ଆଜି ପ୍ରାୟ ଦିନ ନ ଘଣ୍ଟା ସମୟରେ କୁଆଡ଼େ ସଂଯୁକ୍ତା ବିଧାୟକ ଙ୍କ ଗୃହରେ ପ୍ରବେଶ କରିଥିବା ନେଇ ଚର୍ଚ୍ଚା ହେବା ପରେ ଲୋକଙ୍କୁ ବିଧାୟକ ଙ୍କ ଗୃହ ନିକଟରେ ଦେଖିବାକୁ ମିଳିଥିଲା। ହେଲେ ସେଠାରେ କୌଣସି ମିଡ଼ିଆ କୁ ଯିବାକୁ ଦିଆ ଯାଇନଥିବା କୁ ନେଇ ଆଲୋଚନା ହେଉଛି। ଅପରାହ୍ନ ୪ ଘଣ୍ଟା ବେଳେ ପୋଲିସ ର ପ୍ରାୟ ୪ ଟି ଗାଡ଼ି ବିଧାୟକ ଙ୍କ ଗୃହ ନିକଟରେ ପହଞ୍ଚିଥିଲା ଗୃହ ଭିତରେ ଥିବା ସଂଯୁକ୍ତା ଙ୍କୁ ପୋଲିସ କୁଆଡ଼େ ଉଠାଇ ନେଇ ଚାଲି ଯାଇଥିବା କୁ ନେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛି। ସେ କେଉଁ ପରିସ୍ଥିତି ରେ ପୋଲସରା ରେ ପହଞ୍ଚିଲେ ଏବଂ ଜଣେ ବିଧାୟକ ଗୃହ ମଧ୍ୟରେ ସେ ଆସିବା ସମ୍ପର୍କ ରେ କଣ ଗୁଇନ୍ଦା ବିଭାଗ ପାଖରେ ଖବର ନଥିଲା କି ବୋଲି ମଧ୍ୟ ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେବାରେ ଲାଗିଛି । ଏଠାରେ ସୂଚନା ଥାଉକି ତଳ ଦିନେ ଉଭୟଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ପାଇଁ କୁଆଡ଼େ ମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡ଼ିଥିଲା ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବା ଯୋଗୁଁ ବିଧାୟକ ଙ୍କ ଅଡୁଆ ବଢ଼ିବ ବୋଲି ତାଙ୍କର ବିରୋଧି ଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି। ବର୍ତ୍ତମାନ ସଂଯୁକ୍ତା ଏବେ କେଉଁଠି….? ଯାହାକୁ ନେଇ ଚର୍ଚ୍ଚା ହେଲାଣି l ଆଜିର ଏହି ଘଟଣା ବିରୋଧୀ ଙ୍କ ପାଇଁ ଅମେଘା ଅସ୍ତ୍ର ପାଲଟିଛି ବର୍ତ୍ତମାନ ଗଞ୍ଜାମ ରାଜିନୀତି ର ପାଣି ପାଗ ଠିକ ନାହିଁ କେବଳ ଭଞ୍ଜନଗର ଓ ଚିକିଟି ନିର୍ବାଚନ ମଣ୍ଡଳୀ କୁ ଛାଡି ଦେଲେ କେଉଁଠି ପାଗ ଭଲ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଲେଣି l ଖଲିକୋଟ ରାଣୀଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଚୟନ କୁ ନେଇ ଛକା ପଞ୍ଝା ଲାଗି ରହିଛି ଅନ୍ୟ ପଟେ ପୋଲସରା ନିର୍ବାଚନ ମଣ୍ଡଳୀ ର ଏହି ଅବସ୍ଥା ତେଣୁ ଆରତୀ ଙ୍କ ପଲ୍ହା ଭାରୀ କହିଲେ କିଛି ବି ଭୁଲ ହେବ ନାହିଁ ହୁଏତ ଆରତୀ ପୋଲସରା ଅଞ୍ଚଳ ରୁ ଟିକଟ ପାଇବା ନିଶ୍ଚିନ୍ତ ବୋଲି ଅଞ୍ଚଳ ବାସୀ କୁହା କୁହି ହେଲେଣି ତେଣୁ ଆଜିର ଘଟଣା ପରେ ଶ୍ରୀକାନ୍ତ ଙ୍କ ଅଡୁଆ ବଢ଼ି ପାରେ