ପ୍ରେମି ଯୁଗଳଙ୍କ କରୁଣ ପରିଣତି

ଉମରକୋଟ : ସୂଚନା ପ୍ରକାରେ ଆଜି ବୁର୍ଜା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ପୁଅ ସୋନାଧର ଭତରା, ପିତା ଧନସିଂ ଭତରା | ଆନୁମାନିକ ବୟସ ୧୯ବର୍ଷଙ୍କ ସାଙ୍ଗର କିଛି ମାସ ପୂର୍ବରେ କୁର୍ସି ଗ୍ରାମର ଝିଅ ପ୍ରିୟଙ୍କା ଗଣ୍ଡ, ପିତା ଧନର ଗଣ୍ଡ, ଆନୁମାନିକ ବୟସ ୧୮ବର୍ଷ ସାଙ୍ଗର ପ୍ରେମ ହୋଇ ଥିଲା, କିଛି ମାସ ବିତିଯିବା ପରେ ହଠାତ ବୁର୍ଜା ଗ୍ରାମର ପମ୍ପ ହାଉସ ଗୃହରେ ଉଭୟ ଝିଅ ଓ ପୁଅଙ୍କ ଝୁଲନ୍ତା ମୃତ ଦେହ, ସୋନଧର ପମ୍ପ ହାଉସ କାର୍ଯ୍ୟକରୁଥିଲେ | ପ୍ରତିଦିନ ସକାଳେ ପାଣି ଛାରୁଥିଲେ, କିନ୍ତୁ ଆଜି ବହୁତ ବିଳମ୍ବ ହେବାରୁ ପାର୍ସବର୍ତ୍ତୀ ଲୋକମାନେ ଯାଇ ପମ୍ପ ହାଉସରେ ଦେଖିବାକୁ ଯାଇ ଦେଖିଲେ ଉଭୟ ପ୍ରେମି ଯୁଗଳଙ୍କ ଝୁଲନ୍ତା ମୃତ ଦେହ, ତୁରନ୍ତ ପୋଲିସଙ୍କୁ ଖବର ଦେଇଥିଲେ, ପୋଲିସ ପହଞ୍ଚି ଦେଖିଲା ପରେ ଉମରକୋଟ ତହସିଲଦାରଙ୍କୁ, ଏବଂ ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ମୃତ ଦେହ ଜବତ କରି ଦିନ ୧୨ଘଣ୍ଟା ସମୟରେ ମୃତ ଦେହ ବ୍ୟବଛେଦ ପାଇଁ ପଠା ହୋଇଥିଲେ, ପୋଲିସ କହିବା ଅନୁସାରେ ଝିଅର ୯/୨୦୨୪, ପୁଅର 1୦/୨୦୨୪ଏକ ଅପ ମୃତ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି, ତଦନ୍ତ ସରିଲା ପରେ ଅସଲ ଘଟଣା ପଦାକୁ ଆସିବ, ଏପଟେ ଅଞ୍ଚଳରେ ଏପରି ଏକ ମର୍ମାନ୍ତୀକ ଘଟଣାରେ ଦୁଃଖର ଛାୟା ଖେଳି ଯାଇ ଅଛି |

nis-ad
Leave A Reply

Your email address will not be published.