ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେବଗଡ ,୧୨|୨ ଦେବଗଡ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଦେବଗଡ ପୋଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଜବତ ହୋଇଥିବା ନରକଙ୍କାଳ ସଇଡା ଗ୍ରାମର ଲୋଚନ ଶବରଙ୍କ ୨୦ ବର୍ଷର ପୁଅ ସନ୍ତୋଷ ଶବରଙ୍କ ହୋଇଥିବା ପରିବାର ଲୋକ ଚିହ୍ନଟ କରିଛନ୍ତି । ନରକଙ୍କାଳ ପାଖରେ ପଡିଥିବା ପ୍ୟାଂଟଲୁନ ଓ ସାର୍ଟକୁ ଦେଖି ଚିହ୍ନଟ କରାଯାଇଛି । ସନ୍ତୋଷ କାଉଁଶିବାହାଳ ଗ୍ରାମର ଦୂର ସମ୍ପର୍କିୟ ବିମ୍ବାଧର ଲୁହୁରାଙ୍କ ଘରେ ରହି ମନୋଜ ସାହୁଙ୍କ ପାଖରେ କାମ କରୁଥିଲେ । ପ୍ରାୟ ୫ ମାସରୁ ଅଧିକ ହେବ ସନ୍ତୋଷ ନିଖୋଜ ଥିବା ବେଳେ ସୋମବାର ତାଙ୍କ କଙ୍କାଳ ଜବତ ହୋଇଛି । ତେବେ ସନ୍ତୋଷଙ୍କୁ ହତ୍ୟା କରାଯାଇଛି ନା ଏହା ପଛରେ ଆଉ କିଛି ଘଟଣା ଲୁଚି ରହିଛି ସେନେଇ ପୋଲିସ ଅଧିକ ଖୋଲତାଡ କରୁଛି ।

nis-ad
Leave A Reply

Your email address will not be published.