ବାଇକ୍ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡି ଥାନା ଡୁଲୁରି ପାଇନ ବଣ ବୁଲାଣିରେ ବାଇକ୍ ଦୁର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗାହେଜୁ ଗ୍ରାମର ହେରଦ ମଲିକ ଓ ସାଇମନ୍ ମଲିକ। ୨ ଜଣ ବାଇକ୍ରେ ଗାହେଜୁ ଗ୍ରାମକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ହେରଦ ଓ ସାଇମନ୍ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି । ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.