ବ୍ରାହ୍ମଣୀଗାଁରେ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ।

ଦାରିଙ୍ଗବାଡି, ୧୨/୨ : ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ରବିବାର ଦିନ ମା ଲୁର୍ଦ୍ଦମେରି ପର୍ବ ବହୁ ଆଡ଼ମ୍ବରରେ ପାଳନ ହୋଇ ଯାଇଛି। ଏହି ଆଧ୍ୟାତ୍ମିକ ପରିବେଶରେ ବ୍ରାହ୍ମଣୀଗାଁ ପାରିସ ମୁଖ୍ୟ ଜାଜକ ବିମଳ ନାୟକଙ୍କ ପୌରହିତରେ କଟକ- ଭୁବନେଶ୍ୱର କ୍ୟାଥୋଲିକ ଧର୍ମାଞ୍ଚଳର ମୁଖ୍ୟ ଯାଜକ ଯୋହନ ବାର୍ବା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟ ଯଜ୍ଞ ଉତ୍ସର୍ଗ କରି ଖ୍ରୀଷ୍ଟିୟ ବିଶ୍ୱାସୀଙ୍କୁ ଯୀଶୁଖ୍ରୀଷ୍ଟ ଙ୍କ ଶାନ୍ତିର ବାଣୀ ପ୍ରଚାର କରିଥିଲେ। ଏହି ଦିବ୍ୟ ଯଜ୍ଞ୍ୟରେ ମୂଖ୍ୟ ବକ୍ତା ଯାଜକ ଅଜୟ ସଭାସୁନ୍ଦର ଖ୍ରୀଷ୍ଟ ଯୀଶୁଙ୍କ ବାଣୀ ଓ କୁମାରୀ ମାରୀୟାଙ୍କ ଜୀବନ ଚାର୍ୟ୍ଯ ବହୁ ସୁନ୍ଦର ଭାବେ ନିଜ ବକ୍ତବ୍ୟରେ ରଖିଥିଲେ। ସେହିଭଳି କନ୍ଧମାଳ ଜିଲ୍ଲା ସମେତ ପଡୋଶୀ ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲା ଅଧିନସ୍ତ ବିଭିନ୍ନ ପାରିସର କ୍ୟାଥୋଲିକ ଧର୍ମ ଜାଜକ ଗଣ ଯୋଗ ଦେଇ ଦିବ୍ୟ ଦିବ୍ୟ ଯଜ୍ଞ୍ୟ ଉତ୍ସର୍ଗରେ ସାମିଲ ହୋଇଥିଲେ। ଏହି ଲୁର୍ଦ୍ଦ ମେରୀ ପର୍ବ ପାଳନ ପାଇଁ କନ୍ଧମାଳ ଜିଲ୍ଲା ସମେତ ଶତାଧିକ ସଂଖ୍ୟାରେ ପଡୋଶୀ ଜିଲାର ଖ୍ରୀଷ୍ଟିୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହା ସହିତ ସନ୍ଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ କ୍ୟାଣ୍ଡଲ ଶୋଭାଯାତ୍ରାରେ ଲୂର୍ଦ୍ଦ ମେରୀଙ୍କ ପ୍ରତିମୂର୍ତ୍ତି ନଗର ପରିକ୍ରମା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ କ୍ୟାଥୋଲିକ ମଣ୍ଡଳୀର ସଭାପତି ମାରିଆନ୍ ସିଂ, ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ନେତୃତ୍ଵରେ ସମସ୍ତ କର୍ମ କର୍ତ୍ତା ଓ ଗ୍ରାମବାସୀ, ଯୁବକ ଯୁବତୀଙ୍କ ସହୋଜଗରେ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଲୁର୍ବ୍ଦ ମେରୀ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ନେଇ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ ହୋଇଥିଲେ।

nis-ad
Leave A Reply

Your email address will not be published.