୮ମ ବାଟାଲିଅନ୍ ପରିସରରେ ଦୀକ୍ଷାନ୍ତ ସମାରୋହ

ଛତ୍ରପୁର : ଓ.ଏସ୍‌.ଏ.ପି. ୮ମ ବାଟାଲିଅନ୍ ପ୍ୟାରେଡ୍ ପଡିଆ ପରିସରରେ ଦୀକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ରେଳ ଓ ତଟରକ୍ଷୀ ସୁରକ୍ଷା) ରାଜେଶ କୁମାର ଯୋଗଦେଇ ଏହି ୮ମ ବାଟାଲିଅନ୍ ଠାରେ ଗଲାବର୍ଷ ମେ’ ୨୯ ତାରିଖଠୁ ୯ ମାସ ଧରି ପ୍ରଶିକ୍ଷଣ ନେଇଥିବା ୧୫୯ ଜଣ ଯବାନମାନଙ୍କୁ ସତ୍ୟ, ନ୍ୟାୟ ପରାୟଣ, ନିର୍ଭିକ ଭାବରେ ଦେଶର ଜନସାଧାରଣ ଓ ଆରକ୍ଷୀ ବାହିନୀର ସେବା ସମ୍ବିଧାନର ଆଇନ ପରିସରରେ ନିଷ୍ଠାର ସହିତ ସମ୍ପାଦାନ କରିବା ପାଇଁ ଶପଥପାଠ କରାଇଛନ୍ତି ।

ଏହି ଅବସରରେ ବାଟାଲିଅନ୍ ପ୍ୟାରେଡ୍ ପଡିଆ ଠାରେ ଅନୁଷ୍ଠିତ ପ୍ୟାରେଡ୍‌ରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅଭିଭାଷଣ ଦେବା ସହିତ ପ୍ରଶିକ୍ଷଣ ଗ୍ରହଣ କରିଥିବା ଶ୍ରେଷ୍ଠ ୮ ଜଣ ଯବାନଙ୍କୁ ପୁରସ୍କୃତ କରିଥିଲେ । ପ୍ୟାରେଡ୍ କମାଣ୍ଡର ବି.ସୁନିଲ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ପ୍ୟାରେଡ୍ ପରିଚାଳନା ହୋଇଥିବା ବେଳେ ୬ ପ୍ଲାଟୁନ୍ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଜାତୀୟ ପତାକା ଅଷ୍ଟମ ବାଟାଲିଅନ୍‌ର ହାବିଲଦାର ଦେବରାଜ ବେହେରା ଓ ୟୁନିଟ୍ ପତାକା ହାବିଲଦାର ଆଦିତ୍ୟ ପ୍ରଧାନ ଧରି ୨ ପ୍ଲାଟୁନ୍ ଫୋର୍ସ ଏହି ପ୍ୟାରେଡ୍ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଷ୍ଟମ ବାଟାଲିଅନ୍‌ର ଦୁର୍ଗପତି ଶାରଦା ପ୍ରସାଦ ଦାସ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ଜ୍ୟୋତିରଞ୍ଜନ ନାୟକ ଓ ନିହାରରଞ୍ଜନ ରାଜ୍‌, ସୁବେଦାରା ଏସ୍‌.ଯୁଧିଷ୍ଠୀର ରେଡ୍ଡୀ, ଦେବାଶିଷ ସ୍ୱାଇଁ ଓ ରଞ୍ଜିତ୍ ଲେଙ୍କା ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.