ସାଇ ଶ୍ରଦ୍ଧା ହେଲଥ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର…

ଛତ୍ରପୁର. : ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ସାହି ସ୍ଥିତ ସାଇ ଶ୍ରଦ୍ଧା ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ସାଇ ଶ୍ରଦ୍ଧା ହେଲଥ କେୟାର ର ମୁଖ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ଏମ ଧନଞ୍ଜୟ ରେଡ୍ଡୀ ଓ ତାଙ୍କ ଧର୍ମପତ୍ନୀ ସ୍ମରପ୍ରିୟା ପଲାଇ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଏମକେସିଜି ମେଡିକାଲ ର ଭେସଜ ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ନିହାର ରଂଜନ ସାହୁ ଯୋଗ ଦେଇଥିଲେ, ରୋଗୀଙ୍କୁ ମାଗଣାରେ ମଧୁମେହ, ଥାଇରାଏଡ଼, ଲିପିଡ଼ ପ୍ରୋଫାଇଲ, ସ୍ନାୟୁ ଜନିତ ସହ ବିଭିନ୍ନ ପ୍ରକାର ର ମାଗଣା ପରୀକ୍ଷା କରାଇଥିଲେ l ଏହି ଅବସରରେ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇ ମାଗଣାରେ ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l

nis-ad
Leave A Reply

Your email address will not be published.