ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି – ମୋଦି

ନୂଆଦିଲ୍ଲୀ : ଦେଶର ହିତ ପାଇଁ ୫ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମକୁ ଦିଆଯାଇଛି ଗୁରୁତ୍ୱ। ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି। ଆଜି ବଜେଟ ଅଧିବେଶନର ଶେଷ ଦିନରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସଂସଦର ବଜେଟ୍ ଅଧିବେଶନର ଶେଷ ଦିନରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିର ଉପରେ ଧନ୍ୟବାଦ ପ୍ରସ୍ତାଗ ଆଗତ ହୋଇଛି। ଏଥିରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସପ୍ତଦଶ ଲୋକସଭା ଏକ ନୂଆ ମାନଦଣ୍ଡ ପ୍ରସ୍ତୁତ କରିପାରିଛି। ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ଏକ ନୂଆ ଆତ୍ମବିଶ୍ୱାସ ଅନୁଭବ କରୁଛି। ଗତ ୪ ବର୍ଷ ରେ ସଂସ୍କାର, ପରିବର୍ତ୍ତନ ଏବଂ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରରୁ ୩୭୦ ହଟାଇବାରେ ସଫଳ ଆମେ ହୋଇଛୁ। ପ୍ରଥମେ ଜମ୍ମୁ କଶ୍ମୀରବାସୀ ସାମାଜିକ ନ୍ୟାୟରୁ ବଞ୍ଚିତ ଥିଲେ। ହେଲେ ଧାରା ୩୭୦ ହଟାଇ ଆମେ ଏହାକୁ ଦୂର କରିଛୁ। ୩ ତଲାକରୁ ମୁକ୍ତିର ନିଷ୍ପତ୍ତି ସପ୍ତଦଶ ଅଧିବେଶନରେ ହୋଇଛି। ଯୁବବର୍ଗଙ୍କ ପାଇଁ ଅନେକ ଐତିହାସିକ ଆଇନ ଅଣାଯାଇଛି। ପେପର ଲିକ୍ ରୋକିବାକୁ କଠୋର ଆଇନ ଅଣାଯାଇଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଗାମୀ ୨୫ ବର୍ଷ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୫ ବର୍ଷରେ ବିକଶିତ ଭାରତ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ସମସ୍ତଙ୍କୁ ଏକଜୁଟ୍‌ ହେବାକୁ ହେବ। ଟ୍ରାନ୍ସଜେଣ୍ଡରଙ୍କୁ ଆମ ସରକାର ନୂଆ ପରିଚୟ ଦେଇଛନ୍ତି। ନିର୍ବାଚନ ଆଉ ଦୂର ନୁହେଁ, ଗଣତନ୍ତ୍ରର ଏହି ପରମ୍ପରା ବିଶ୍ୱକୁ ଚକିତ କରିଥାଏ।
ମାନବ ଜାତି ଶତାବ୍ଦୀର ସବୁଠାରୁ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ମହାମାରୀ ସମୟରେ ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ଥିଲା। ଏପରି ସମୟରେ ମଧ୍ୟ ଦେଶର କାମ ବନ୍ଦ ହୋଇନଥିଲା, ଗୃହର ମର୍ଯ୍ୟାଦା ମଧ୍ୟ ବଜାୟ ରହିଥିଲା। ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସମସ୍ତେ ନିଜ ଶକ୍ତି ବଳରେ ଦେଶକୁ ସଠିକ୍ ଦିଗ ଦେବାକୁ ଚେଷ୍ଟା କରିଥିଲେ। ଏହି ୫ ବର୍ଷରେ ଦେଶରେ ଅନେକ ସଂସ୍କାର ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତକୁ ଜି -୨୦ର ଅଧ୍ୟକ୍ଷତା କରିବାର ସୁଯୋଗ ମିଳିଥିଲା। ଭାରତ ଥିଲା ଏହା ଏକ ବଡ଼ ସମ୍ମାନ ମିଳିଥିଲା। ଦେଶର ପ୍ରତ୍ୟେକ ରାଜ୍ୟ ଭାରତର ସାମର୍ଥ୍ୟ ଏବଂ ଏହାର ପରିଚୟ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହାର ପ୍ରଭାବ ଏବେବି ବିଶ୍ୱ ମାନସପଟରେ ରହିଛି ବୋଲି କହିଛନ୍ତି ମୋଦି।

nis-ad
Leave A Reply

Your email address will not be published.