ସୋଇତାନ ସାଜିଲା ଅପହରଣ କାରି : ମୁମ୍ବାଇ ଭଡା ଘରୁ ମୃତ ଦେହ ଉଦ୍ଧାର..

ଉମରକୋଟ ( ସପ୍ର ) ବାରମ୍ବାର ବିଭିନ୍ନ ଗଣ ମାଧ୍ୟ୍ୟମରେ ଦେଖିବାକୁ ମିଳେ ଯେ ବାହାର ରାଜ୍ୟ ଯେମିତି ଉତ୍ତର ପ୍ରଦେଶ କଲିକତା ଓ ବିହାରର ଲୋକ ମାନେ ଓଡ଼ିଶାରେ ବ୍ୟବସାୟ କରିବାକୁ ଆସି ବିଭିନ୍ନ ପ୍ରକାର ଅସାମାଜିକ କାମ ସହିତ ଚୋରି ଡକାତୀ କରନ୍ତି। ଜ୍ଞାନୀ ଗୁଣିଙ୍କ କହିବା କଥା ଓଡ଼ିଶାରେ ବାହାର ରାଜ୍ୟରୁ ବ୍ୟବସାୟ କରିବାକୁ ଯୋଉଁ ଲୋକ ମାନେ ଆସନ୍ତି ସେମାନଙ୍କର ପ୍ରକ୍ରୁତ ପରିଚୟ ପତ୍ର ଦେଖି ଘର ଭଡା ମାଲିକ ମାନେ ନିକଟସ୍ତ ପୋଲିସ ଷ୍ଟେସନ ସହିତ

ଯୋଗାଯୋଗ କରି ଦିଅନ୍ତୁ। ସୂଚନା ପ୍ରକାରେ , ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସଣ୍ଡି ଟୋଳା ଡିଏନକେ ଗ୍ରାମରେ ଏକ ଦୁଃଖ ପୂର୍ଣ୍ଣ ଲୋମହର୍ଶନ କାରି ଘଟଣା ଘଟି ପରିବାରର ସମସ୍ତେ ସ୍ତବ୍ଦ ହୋଇ ମୁଖ ବଧିର ହୋଇଯାଇଛି। ବିଗତ ଡେଡ଼ ବର୍ଷ ପୂର୍ବେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ନାମ ରାଜେଶ ୟାଦବ ୨୨ ବର୍ଷ, ପିତା ସିଆରାମ ୟାଦବ, ଗ୍ରାମ ବେନାରସ, ଜ଼ିଲ୍ଲା ଗାଜିପୁର ଉତ୍ତର ପ୍ରଦେଶ, ମୁମ୍ବାଇରେ ଏକ ଘରଇ କମ୍ପାନୀରେ ରହି ଡ୍ରାଇଭର କାମ କରୁଥିଲେ ଓ ଓଡ଼ିଶାରେ କମ୍ପାନୀର କାମ କରିବାକୁ ଆସି ଫେସ ବୁକ ମାଧ୍ୟମରେ ଓଡ଼ିଶାର ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ଟୋଳା ଭାରସଣ୍ଡି ଗ୍ରାମର ଗୌତମ ମଣ୍ଡଳଙ୍କୁ ଝିଅ ଦୀପା ମଣ୍ଡଳ (୨୧ ବର୍ଷ )ଙ୍କ ସହିତ ବନ୍ଧୁତ୍ୱ କରି ଠିକଣା ସଂଗ୍ରହ କରି ଭାରସଣ୍ଡି ଆସି ଅପହରନ କରି ନେଇ ଯାଇଥିଲେ। ଏପଟେ ଝିଅର ପିତା ଝିଅ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ ୦୫/୦୩/୨୦୨୨ ମସିୟାରେ ରାଇଘର ଥାନାରେ ଦେଇଥିଲେ। ପ୍ରଶାସନ ଓ ଝିଅର ପିତା ସବୁ ଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ସନ୍ଧ୍ୟାନ ପାଇଁ ପାରି ନ ଥିଲେ ଓ ସନ୍ଧ୍ୟାନ କରିବା ଜାରିଥିଲା। ଗତ ୦୫/୦୨/୨୦୨୪ ରିଖ ରାତି ଆନୁମାନିକ ଦୁଇ ଘ: ସମୟରେ ମୁମ୍ବାଇ କାଞ୍ଜୁର ପୋଲିସ ଷ୍ଟେସନରୁ ଏକ ଫୋନ ଗୌତମ ମଣ୍ଡଳଙ୍କୁ ପାଖରେ ଆସିଥିଲେ ଓ ଝିଅର ମୃତ୍ୟୁ ସମ୍ବାଦ ଦେଇ ଚିହ୍ନତ କରିବାକୁ କହିଲେ। ଝିଅର ଏହିପରି ଅଭାବନୀୟ ଖବର ଶୁଣି ପରିବାରର ସମସ୍ତେ ଆଖି ଲୁହରେ ଓ ବୋବାଳିରେ କାନ୍ଦି କାନ୍ଦି ଜ୍ଞାନ ସୁନ୍ନ ହୋଇ ମୁଖ ବଧିର ପାଲଟିଗଲେ।ଝିଅର ପିତା ଖଟି ଖିଆ ଗରିବ ଶ୍ରେଣୀର ଅଟେ। ଗୋଟିଏ ଅଳି ଖାଇଲେ ଆଉ ଗୋଟିଏ ଅଳି ନ ଥାଏ। ଏହି ପରି ଅବସ୍ଥାରେ କୌଣସି ବାଟ ନ ଥାଇ ଦିଶାହରା ହୋଇ ସକାଳେ ଝିଅର ପିତା ରାଇଘର ଥାନାରେ ଯାଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ବିସ୍ତାରିତ ସବୁ କହିବାରୁ, କହିଲେ ମୁମ୍ବାଇ ଆପଣ ମାନଙ୍କ ଯିବାକୁ ପଡ଼ିବ ଓ ଲାଶ ଚିହ୍ନତ ହେଲା ପରେ ଆଗକୁ ତଦନ୍ତ ଚାଲୁ ରହିବ। ଝିଅର ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ଅତି କଷ୍ଟରେ ମୁମ୍ବାଇ ପହଁଞ୍ଚି ଝିଅର ଲାଶକୁ ଅତି ବିଭତ୍ସ୍ୟ ଓ ଜଘନ୍ନ ଅବସ୍ଥାରେ ଚିହ୍ନତ କରିବାରୁ କାଞ୍ଜୁର ପୋଲିଶ ଥାନା ମୁମ୍ବାଇ ୩୦୨ ଭାରତୀୟ ଦଣ୍ଡବିଧି ଅନୁସାରେ ଏକ କେଶ ରୁଜୁ କରି ହତ୍ୟାକାରୀଙ୍କୁ ଅଟକ ରଖି ହତ୍ୟାର ପ୍ରକ୍ରୁତ ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତ ଓ ଛାନବିନ କରୁଛନ୍ତି।ଏବେ ରାଇଘର ଓ ଉମରକୋଟ ଅଞ୍ଚଳବାସୀ, ଜ୍ଞାନୀ, ଗୁଣି, ବୁଦ୍ଧିଜୀବି ମହଳରେ ଗୋଟିଏ ପ୍ରଶ୍ନ ବାହାର ରାଜ୍ୟର ଯେତିକି ବ୍ୟବସାୟ କରିବାକୁ ଓଡ଼ିଶାକୁ ଆସୁଛି ସେମାନଙ୍କର ପ୍ରକ୍ରୁତ ପରିଚୟ ପତ୍ର ନ ଥିଲେ କୌଣସି ପ୍ରକାରର ଘର ଭଡା ଦିଅନ୍ତୁ ନାହିଁ ଓ ପ୍ରଶାସନ ପାଖରେ ପ୍ରକ୍ରୁତ ପରିଚୟ ପତ୍ର ନ ଥିବା ବ୍ୟକ୍ତିଙ୍କ ଅଭିଯୋଗ ଗଲେ ତୁରନ୍ତ ସେମାନଙ୍କର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନ୍ତୁ କହି ସମସ୍ତେ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.