ନିଆଁରେ ଶରୀରରେ ୮୦ ପ୍ରତିଶତ ଜଳିଗଲା ସାହାର୍ଯ୍ୟ ଅପେକ୍ଷାରେ ଲିପନୀ ରାଇକା…


ଆର,ଉଦୟଗିରି: ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତର ଚୁଲାମ୍ବ ଗ୍ରାମରେ ରହିଥିବା ପାଲ ରାଇକା । ସେ ଜଣେ ଆଦିବାସୀ । ଖଟିଲେ ଯାହା ଦୁଇପଇସା ରୋଜଗାର କରେ ସେହି ଟଙ୍କା ଘରର ଚୁଲି ଜଳେ ତାଙ୍କ ୬ ପ୍ରାଣୀ କୁଟୁମ୍ବ ଚଳନ୍ତି । କିନ୍ତୁ କପାଳ ଲିଖନ କେ କରିବ ଆନ ସ୍ଥିତି ପାଲଙ୍କ ପାଇଁ ଆସି ଠିଆ ହେଲା । ତାଙ୍କ ୭ ବର୍ଷର ଝିଅ ଲିପନୀ ଗତ ଡିସେମ୍ବର ୮ ତାଖରେ ଚୁଲି ନିଆଁ ସଂସ୍ପର୍ଶରେ ଆସି ଅଧା ପୋଡିଗଲେ । ସୌଭାଗ୍ୟବଶତଃ ଲିପନୀ ସମ୍ମୁଖ ଭାଗ ଓ ମୁଣ୍ଡରେ ନିଆଁ ନଲାଗି ଶରୀରରେ ଗଛ ଭାବରେ ୮୦ ପ୍ରତିଶତ ପୋଡି ଯାଇଥିଲା । ପାଲ ରାଇକା ନିଜ ପାଖରେ ଥିବା ସମସ୍ତ ଟଙ୍କା ଧରି ଚେରମୂଳ ଔଷଧରେ ଚିକିତ୍ସା କରିଥିଲେ । ହେଲେ ପୋଡା ଘା’ ଭଲ ହେବା ପରିବର୍ତେ ଦିନକୁ ଦିନ ଅଧିକ ଯନ୍ତ୍ରଣାଦାୟକ ହୋଇଛି । ପାଲଙ୍କ ପରିବାର କହିଥିଲେ । ତାଙ୍କ ପତ୍ନୀ ଜୟନ୍ତୀ, ୩ଜିଅ ଓ ଗୋଟିଏ ପୁଅ । ଘଟଣା ଦିନ ସକାଳ ୭ଟାରେ ପାଲ ରାଇକା ଏବଂ ତାଙ୍କ ସ୍ତ୍ରୀ ବୁଲି କାମ ପାଇଁ ଘରୁ ବାହାରି ଚାଲିଗଲେ। ଘରେ ସାନ ଝିଅ ଲିପନୀ ଏକୁଟିଆ ଥିଲା । ସେ ଶୋଇଥିବାବେଳେ ଚୁଲି ନିଆଁ ତାର ପଛପଟେ ଲାଗି ଯାଇଥିଲା । ଲିପନୀର ଶରୀର ୮୦ ପ୍ରତିଶତ ଜଳି ଯାଇଥିଲା । ପିଲା ଲିପନୀକୁ ତୁଲାମ୍ବରୁ ନେଇ ପ୍ରଥମିକ ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ଦେଇଥିବା ଏକ ମଲମ ନିଜ ସାଥିରେ ନେଇ ଆସିଥିଲେ । ପ୍ରତିଦିନ ତାହା ପୋଡା ଘା ରେ ଲଗାଇ ସରି ଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଆଉ ମଲମଟିଏ ତାଙ୍କ ପରିବାର କିଣିପାରୁ ନାହାନ୍ତି । ଫଳରେ ବିନା ଚିକିତ୍ସାରେ ଲିପନୀ ଜଳାପୋଡାରେ ଛଟପଟ ହେଉଛି । କେବଳ ମା ମା ବୋଲି ଚିକାର କରିବା ଛଡା ଆଉ କିଛି କହିପାରୁନି । ସେପଟେ ବାପା ଓ ମା ର ଛାତି ଫାଟିଯାଉଛି କୁନିଝିଅର ଚିକାର ଶୁଣି । ଅର୍ଥାଭାବ ଲିପନୀର ଚିକିତ୍ସାରେ ବାଧକ ସାଜାଛି । ଘଟଣାର ୨୬ ଦିନ ପରେ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ଏକ ଗାଡିରେ ଲିପନୀକୁ ଫେବ୍ରୁଆରୀ ୪ ତାରିଖରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଛନ୍ତି । ହେଲେ ଲିପନୀକୁ ଚିକିତ୍ସା କରିବା ପାଇଁ ବହୁ ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି । ଡାକ୍ତର କଥା ଶୁଣି ପାଲ ମୁଣ୍ଡରେ ଚଡକ ପଡିଗଲା ଭଲି ଲାଗିଲା କାରଣ ଏତେ ଟଙ୍କା କେଉଁଠୁ ଆଣିଯେ ଝିଅର ଚିକିତ୍ସା କରିବି ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲିପନୀ ପାରଳାଖେମଣ୍ଡି ମୁଖ୍ୟ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ ନୂତନ କୋଠା ନଂ ୯ ବେବ୍ ରେ ରହି ଚିକିତ୍ସିତ ହେଉଛନ୍ତି । ଝିଅ ଚିକିତ୍ସା ପାଇଁ ସେ ଜନସାଧାରଣଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି । କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ଗରିବ ଆଦିବାସୀ ପରିବାରକୁ ଆଥିକ ସହାୟତା କରିବାକୁ ଚାହୁଁଥିଲେ ପାଲ ରାଇକା, SBI ମୋହନା ଶାଖା ଖାତା ନଂ ୩୩୭୯୬୫୪୨୦୨୩ ଆଇଏଫ୍ଏସ୍ସି କୋଟ – SBN0012115ରେ ଆଥିକ ସହଯୋଗ କରାବାକୁ ନିବେଦନ କରାଯାଇଛି । ଏହି ଗରିବ ଆଦିବାସୀ ଝିଅଙ୍କ ପାଇଁ ସରକାରଙ୍କ ଯୋଜନା ଗୁଡିକ ଅକାମିଆ ହୋଇପଡିଛି ମନେ ହେଉଛି ।

nis-ad
Leave A Reply

Your email address will not be published.