ଭଗବାନଙ୍କ ଭରସା ରେ ଆସିକା ଅଙ୍ଗନବାଡି କେନ୍ଦ୍ର : ଅଫିସ ଭିତରେ ସୀମିତ ଅଧିକାରିଣୀ…



ବ୍ରହ୍ମପୁର: ୧୦-୨ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା କେତେକ ଅଙ୍ଗନବାଡି କେନ୍ଦ୍ର ଭଗବାନ ଭରସା ରେ ଚାଲିଛି। ଏହି କେନ୍ଦ୍ରରେ ଗୁଡ଼ିକ ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଦୀର୍ଘ ଦିନ ହେଲା ଆସୁନଥିବା ସମ୍ପର୍କ ରେ ସିଡିପିଓ ମହାଶୟା ଜାଣିଥିଲେ ବି ଚୁପଚାପ ରହିବା ନେଇ ସହର ରେ ଚର୍ଚ୍ଚାର ବିଷୟ ହୋଇଛି। ଅଙ୍ଗନବାଡି କର୍ମୀ ମାନେ ମାସିକ ଦରମା ନେଇ ଘର କାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ଅଙ୍ଗନବାଡି ସହାୟିକା ମାନଙ୍କ ଦୟାରେ କେନ୍ଦ୍ର ଚାଲିଛି। ଯେଉଁ ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ କର୍ମୀ ମାନେ ଦୀର୍ଘ ମାସ ହେଲା ଆସୁନାହାନ୍ତି। ସେହି ଅଙ୍ଗନବାଡି କେନ୍ଦ୍ରକୁ ସିଡ଼ିପିଓ ପରିଦର୍ଶନ ରେ କେବେବି ଯାଉନଥିବା ଚର୍ଚ୍ଚା ହେଉଛି। ଯେଉଁ ସବୁ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ମାନେ ଅନୁପସ୍ଥିତି ରହୁଛନ୍ତି। ସେ କେନ୍ଦ୍ରର କିଶୋରୀ ଓ ଗର୍ଭବତୀ ପ୍ରସୂତି ମହିଳା ମାନେ ଅଣ୍ଡା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ରୀତିମତ ହେଉଛି। ରାଜନୈତିକ ଚାପ ନା ମହାଶୟା କେନ୍ଦ୍ରକୁ ପରିଦର୍ଶନ ନକରି ଆସିକା ରେ ସବୁ ଠିକଠାକ ଚାଲିଥିବା କାଗଜ କଲମ ରେ ଦର୍ଶାଉ ଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ଗୋଷ୍ଟିଉନ୍ନୟନ ଅଧିକାରୀ କେବେବି ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ ରେ ଯାଉନଥିବା ଯୋଗୁଁ ଆଜି ଆସିକା ରେ ଏଭଳି ଅବସ୍ଥା ଲାଗି ରହିଛି ବୋଲି ଚର୍ଚ୍ଚା ହେଉଛି। ଆସିକା ରେ ଜଣେ ଦକ୍ଷ ଅଧିକାରିଣୀ ଙ୍କୁ ଅବସ୍ଥାପିତ କରିବାକୁ ସରକାର ଙ୍କ ଯୋଜନା ରୁ ବଞ୍ଚିତ ହେଉଥିବା ହିତାଧିକାରୀ ଅଭିଯୋଗ କରୁଛନ୍ତି। ଆସିକା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବହୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ସଂଖ୍ୟା ଠାରୁ କର୍ମୀଙ୍କ ସଂଖ୍ୟା କେଉଁଠି ଅଧିକ ମଧ୍ୟ ରହିଛି। ବଜାରରେ ଅଣ୍ଡା ଦରବୃଦ୍ଧି ଯୋଗୁଁ ଦୀର୍ଘ ଦିନ ହେଲା ଅଣ୍ଡା ବଦଳରେ ଟଙ୍କା ଦିଆଯାଉଛି। ଚଳିତ ମାସ ରେ ଆଜି ସୁଦ୍ଧା ଛତୁଆ ବି ଯୋଗାଣ ହୋଇନାହିଁ।

nis-ad
Leave A Reply

Your email address will not be published.