ଗଞ୍ଜାମ ଜିଲ୍ଲା ସ୍ତବ୍ଧ ବର୍ଷିଆନ ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓ ଶେଷ ନିଦ୍ରାରେ- ଝୁରୁଛନ୍ତି ଗଞ୍ଜାମ ବାସୀ…..

ବ୍ରହ୍ମପୁର : ୧୦-୨ ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ଆରପାରିକୁ ଚାଲିଗଲେ ଗଞ୍ଜାମ ବାସୀଙ୍କ ରାଣୀ ମା ଭି. ସୁଜ୍ଞାନୀ କୁମାରୀ ଦେଓ। ଗତ ଶୁକ୍ରବାର ମଧ୍ୟ ରାତ୍ରରେ ଚେନ୍ନାଇ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାରା ଗଞ୍ଜାମ ସ୍ତବ୍ଧ ଜନତା ଝୁରୁଛନ୍ତି ରାଣୀ ମାଙ୍କୁ। ରାଣୀ ରୁ ରାଜନୈତିକ ଯାତ୍ରା ସୁଜ୍ଞାନୀ ଦେବୀ ଙ୍କ। ଖଲ୍ଲିକୋଟ ରାଣୀ ସାହେବା ଶ୍ରୀମତୀ ସୁଜ୍ଞାନୀ ଦେବୀ ୫.୮.୧୯୩୭ ମସିହାରେ ଜନ୍ମ,ଆନ୍ଧ୍ରାପ୍ରଦେଶ ମିର୍ଜାପୁର ରାଜା ଆର.ଭି.ଏମ ନୀଳାଦ୍ରି ରାଓ, ଏବଂ ରାଣୀ ସାମ୍ରାଜ୍ୟ ଲକ୍ଷ୍ମୀ ଙ୍କ କନ୍ୟା। ରାଣୀ ସାହେବା ଓଡ଼ିଶାରେ ବିରଳ ଦଶ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୧୯୬୩ ରେ ପ୍ରଥମେ ଓଡିଶା ବିଧାନସଭା କୁ ନିର୍ବାଚିତ ହୋଇଥିଲେ।
ପ୍ରଥମେ ୧୯୬୩- ୧୯୬୭ ଭାରତୀୟ ଜାତୀୟ କଂଗ୍ରେସ ୧୯୭୪- ୧୯୭୭ ଉତ୍କଳ କଂଗ୍ରେସ,୧୯୭୭-୧୯୮୦ ଜନତାଦଳ,୧୯୮୫-୧୯୯୦ ଜନତାଦଳ,୧୯୯୦-୧୯୯୫ ଜନତାଦଳ ୧୯୯୫-୨୦୦୦ ଜନତାଦଳ,୨୦୦୦-୨୦୦4 ବିଜୁଜନତାଦଳ ,୨୦୦୪-୨୦୦୯ ବିଜୁନତା ଦଳ,୨୦୦୯-୨୦୧୪ ବିଜୁଜନତାଦଳ, ୨୦୧୪-୨୦୧୯ ବିଜୁ ଜନତାଦଳ। ଦଶଥର ବିଜୟ ହୋଇଥିଲେ ଦୁଇ ଥର ପରାଜିତ ହୋଇଥିଲେ। ରାଣୀମା ଶ୍ରୀମତୀ ସୁଜ୍ଞାନୀଦେବୀ ଓଡିଶା ବିଧାନସଭା କୁ ଦଶଥରନିର୍ବାଚିତ ହୋଇଥିଲେ। ଜଣେ ଅପ୍ରତିଦ୍ବନ୍ଦି ନେତ୍ରୀଙ୍କୁ ମଧ୍ୟ ଦୁଇଥରପରାଜୟ କୁ ସାମ୍ନା କରିବାକୁ ପଡିଥିଲା। ୧୯୯୬ ଫେବୃଆରୀ ୧୬ ତାରିଖ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳ, ଓଡିଶା ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ। କଂଗ୍ରେସ ଦଳରୁ ଶ୍ରୀ ଚିନ୍ତାମଣି ଦ୍ୟାସାମାନନ୍ତରା, ଏବଂ ଜନତା ଦଳରୁ ଶ୍ରୀମତୀ ସୁଜ୍ଞାନୀ ଦେବୀ ବାଚସ୍ପତି ପଦ ପାଇଁ ପ୍ରତି ଦ୍ବନ୍ଦିତା, ସେଦିନ ମୋଟ ୧୪୨ ଜଣ ବିଧାୟକ ଭୋଟ ଦେଇଥିଲେ। ସେତେବେଳେ କଂଗ୍ରେସ ବିଧାନସଭା ରେ ୮୦ ବିଧାୟକ ଓ ଜନତା ଦଳର ୪୬ ବିଧାୟକ ଥିଲେ। ଚିନ୍ତାମଣି ବାବୁ ୮୧ ଭୋଟ ପାଇଥିଲେ ଏବଂ ସୁଜ୍ଞାନୀ ଦେବୀ ୬୧ ଭୋଟ ପାଇଥିଲେ। ୧୯୯୬ ମସିହାରେ ଦଶମ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଟତା ହେତୁ ଶ୍ରୀ ନରସିଂହ ରାଓ ଦେଶରେ କୌଣସି ନିର୍ବାଚନ ନ ଲଢ଼ି ପ୍ରଧାନମନ୍ତ୍ରୀ ମନୋନୀତ ହୋଇଥିଲେ। ସେତେବେଳେ ଶ୍ରୀ ରାଓ ବ୍ରହ୍ମପୁର ଲୋକସଭା ଆସନରେ ଉପ ନିର୍ବାଚନ ବିଜୟ ହୋଇ ଥିଲେ। କଂଗ୍ରସ ପ୍ରାର୍ଥୀ ତଥା ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଙ୍କ ସହିତ ଜନତାଦଳ ପ୍ରାର୍ଥୀ ଶ୍ରୀମତୀ ସୁଜ୍ଞାନୀ ଦେବୀ ପ୍ରତିଦ୍ବନ୍ଦିତା କରିଥିଲେ। ଏହି ଲୋକସଭା ନିର୍ବାଚନ ରେ ଶ୍ରୀ ରାଓ ୩ ଲକ୍ଷ ୪୦ ହଜାର ୫୫୫ଭୋଟ ପାଇଥିଲେ। ଶ୍ରୀମତୀ ସୁଜ୍ଞାନୀ ଦେବୀ ୧ ଲକ୍ଷ ୭୨ ହଜାର ୧୫ ଖଣ୍ଡ ଭୋଟ ପାଇଥିଲେ। ଏହି ତଥ୍ୟ ଆମର ହସ୍ତଗତ ହୋଇଛି। ଏହି ମହାନ ନେତ୍ରୀଙ୍କୁ ହରାଇ ପାଇଁ ଆଜି ଗଞ୍ଜାମ ବାସୀ ଝୁରୁଛନ୍ତି।

nis-ad
Leave A Reply

Your email address will not be published.