ଏବିଭିପର ନଗର କାର୍ଯ୍ୟକର୍ତ୍ତା ଚୟନସଞ୍ଜୟ ସଭାପତି ଅମ୍ଳାନ ସମ୍ପାଦକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂଗଠନର ନୂତନ କମିଟି ଗଠନ ହୋଇଯାଇଛି । ସଭାପତି ଭାବେ ଅଧ୍ୟାପକ ସଞ୍ଜୟ ନାୟକ ଓ ସମ୍ପାଦକ ଭାବେ ଅମ୍ଳାନ ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ଆଶୁତୋଷ ବାଘ, ସହ ସମ୍ପାଦିକା ସରିତା ପ୍ରଧାନ , ଏସ.ଏଫ.ଏସ ସଂଯୋଜିକା ଭାବେ ଚନ୍ଦ୍ରିକା ବେହେରା,ମିଡ଼ିଆ ପ୍ରମୁଖ ବର୍ଷା ରଣା,କ୍ରୀଡା ପ୍ରମୁଖ ପଞ୍ଚାନନ ବେହେରା , ସୋସିଆଲ ମିଡ଼ିଆ ସଂଯୋଜକ ଲକ୍ଷ୍ମୀ ନାରାୟଣ ପ୍ରଧାନ , ସି.ଡି.ଡି ସଂଯୋଜିକା ଶୁଭଶ୍ରୀ ନାୟକ , ଆର.କେ.ଏମ ସଂଯୋଜିକା ମୀରା କହଁର ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏବିଭିପର ସଂଗଠନ ସମ୍ପାଦକ ଟିକୁନା କୁମାର ମଲିକ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ତଅପୋଇ କହଁର , ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର , ବିଭାଗ ସହ ସଂଯୋଜକ ରୁଦ୍ର ପ୍ରସାଦ ସେଠୀ,ବିଭାଗ ଏସ. ଏଫ.ଡି ରଜତ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ପୂର୍ବତନ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ ଓ ଜିତେନ୍ଦ୍ର କହଁର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ସରକାରୀ ମହିଳା ମହାବିଦ୍ୟାଳୟ,ଆଇ.ଟି. ଆଇ,କେବିହିଷ୍ଟର ବହୁ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କର ଅଧିକାର , ଶିକ୍ଷା କ୍ଷେତ୍ରରେ ଶୃଙ୍ଖଳା ଓ ସୁରକ୍ଷା ନେଇ ଆଲୋଚନା କରିଥିଲେ ।

nis-ad
Leave A Reply

Your email address will not be published.