ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବଡଗଡକୁ ୧୧୭ ରନରେ ପରାସ୍ତ କରି ମୁଣ୍ଡମରାଇ ଦଳ ଚମ୍ପିୟାନ

ସୋମନାଥ ପ୍ରଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇ ଶନିବାର ଉଦଯାପିତ ହୋଇଯାଇଛି। ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଗ୍ୟାଲେକ୍ସୀ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିବାକୁ ସକ୍ଷମ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ସମ୍ମାନିତ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶିବରାମ ଗୌଡ, ଯୁବ ବିଜେଡି ସଭାପତି ମନୋଜ ସାବତ, ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, କିରଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା, ଶେଷଦେବ ସାହୁ ,ପ୍ରମୁଖ ମଞ୍ଚାସିନ ରହି ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ପ୍ରିନ୍ସ କ୍ରିକେଟ କ୍ଳବ, ବଡଗଡ ଓ ଗ୍ୟାଲେକ୍ସୀ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ମୁଣ୍ଡମରାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୩୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୋମନାଥ ପ୍ରଧାନ ୪୫ ବଲରୁ ୧୧୨(୭ଟି ଚୈକା ଓ ୧୦ଟି ଛକ୍କା), ଦିପକ ସ୍ବାଇଁ ୩୨ ବଲରୁ ୬୫ ଏବଂ ଶ୍ରୀକାନ୍ତ ପ୍ରଧାନ ୪ ଓଭର ବିନିମୟରେ ୫୯ ରନ୍ ଦେଇ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ବିପକ୍ଷ ବଡଗଡ ଦଳ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ମୁଣ୍ଡମରାଇ ଦଳ ବୃହତ ୧୧୭ ରନରେ ବିଜୟ ଲାଭ କରିବା ସହ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ବିଜୟୀ ଦଳର ସୋମନାଥ ପ୍ରଧାନ ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ମୁଣ୍ଡମରାଇ ଦଳର ସୋମନାଥ ପ୍ରଧାନ, ଶ୍ରେଷ୍ଠ ବୋଲର ଆସିକା ପାନାସୋନିକ ଦଳର ଆଦିତ୍ୟ ରେଡ୍ଡୀ, ଶ୍ରେଷ୍ଠ କ୍ୟାଚର ଓ ଏମାଜିଙ୍ଗ ଖେଳାଳୀ ଭାବେ ହିଞ୍ଜିଳିକାଟୁ ଇଗଲ ଦଳର ଶଶୀ ବେହେରା, ଶ୍ରେଷ୍ଠ ଓ୍ବିକେଟ କିପର ହିଞ୍ଜିଳିକାଟୁ ରୟାଲ କ୍ରିକେଟ କ୍ଳବର ରାଜା ସାମଲ, ପ୍ରିନ୍ସ କ୍ରିକେଟ କ୍ଳବ ବଡଗଡ ଦଳକୁ ଡିସିପ୍ଳେଇନ କ୍ରିକେଟ ଟିମ୍, ଶ୍ରେଷ୍ଠ ଆମ୍ପାୟର ଭାବେ ପ୍ରଶାନ୍ତ ପାଢି, ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ କାହ୍ନା ସାବତ ଓ ଆଦିତ୍ୟ ସେଠିଙ୍କୁ ପୁରସ୍କୃତ କରାଯାଇଥିଲା। ଆମ୍ପାୟର ଭାବେ ସତ୍ୟ ନାରାୟଣ ପାଣିଗ୍ରାହୀ ଓ ରଜତ ପ୍ରଧାନ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ସଚିନ ସେଠି ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ କାହ୍ନା ସାବତ ସ୍କୋରର ଥିଲେ ।

nis-ad
Leave A Reply

Your email address will not be published.