ଜିଲ୍ଲା ସ୍ତରୀୟ ବାଳିକା ଭଳିବଲ କ୍ରୀଡ଼ା ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଦଳ ଦ୍ବିତୀୟ ବିଜୟୀ

ଦାରିଙ୍ଗବାଡ଼ି,୩/୨, ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ବାଳିକା ଭଳିବଲ କ୍ରୀଡ଼ା ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଦଳ ବିଜୟୀ ହୋଇ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଇଥିଲେ । ଫୁଲବାଣୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବାଳିକା ଭଳିବଲ ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଚନ୍ଦ୍ରରେଖା ପ୍ରଧାନଙ୍କ ତତ୍ପାବଧାନରେ ବାଳିକା ଭଲିବଲ ଦଳର ଛାତ୍ରୀ ଟୁଇଙ୍କିଲ ପ୍ରଧାନଙ୍କ ନେତୃତ୍ୱରେ ସ୍ନେହାସିନୀ ପ୍ରଧାନ,ଲାଡଲି ପ୍ରଧାନ,ଲିଜା ପ୍ରଧାନ, ଅଙ୍କିତା ପ୍ରଧାନ , ଉଷାରାଣୀ ପ୍ରଧାନ ଓ ଏଲିଯାବେଥ ପ୍ରଧାନ ଖେଳ ପ୍ରଦର୍ଶନ କରି ଦ୍ୱତୀୟ ବିଜୟୀ( ରନର୍) ହୋଇଥିଲେ । ଏଥିପାଇଁ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଲ ସହିତ ୩୦ହଜାର ଟଙ୍କା ପୁରଷ୍କାର ରାଶି ଗ୍ରହଣ କରିଛନ୍ତି । ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.