ସତୀଗୁଡା ଇକୋ ପାର୍କଠାରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ସତୀଗୁଡା ଇକୋ ପାର୍କ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ କତାପାଲି ପ୍ରତାପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଫେବ୍ରୁଆରୀ ୨ତାରିଖରୁ ଆରମ୍ଭ ହୋଇଥାଏ । ଏହା ସର୍ବପ୍ରଥମେ ଇରାନର ରାମସେରରୁ ଆରମ୍ଭରେ ହେଇଥିଲା । ଏହାର ମୂଳ ଲକ୍ଷ୍ୟ ଆଦ୍ର ଭୂମିକୁ କିଭଳି ସଂରକ୍ଷିତ ରଖାଯିବ ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ ଏହାଦ୍ୱାରା ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ରକ୍ଷା ହୋଇଥାଏ । ମାଲକାନଗିରି ଜିଲ୍ଲାର ସତୀଗୁଡା ଜଳଭଣ୍ଡାର,ଚିତ୍ରକୋଣ୍ଡା ଜଲଭଣ୍ଡାର, ମାଥିଲିର ଶିବ ସାଗର ଭଳି ଅଞ୍ଚଳ ଆଦ୍ର ଭୂମି ଦେଖିବାକୁ ମିଳୁଥିବା ବେଳେ ଏହା ପରିବେଶ ,ପ୍ରାଣୀ,ଉଦ୍ଭିଦ ଅଭିବୃଦ୍ଧି ରେ ସହାୟକ ହୋଇଥାଏ । ଆଜିର ଏହି କାର୍ଯ୍ୟକ୍ରମ ରେ ବନଖଣ୍ଡ ଅଧିକାରୀ ଆଦ୍ର ଭୂମି ଦ୍ୱାରା ଜଳର ପାତାଳି କରଣ ସହ ଜଳ ବିଶୁଦ୍ଧ କରଣ ରେ ସହାୟକ ହୋଇଥାଏ । ଆଦ୍ର ଭୂଖଣ୍ଡ ଯୋଗୁଁ ନିକଟ ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି ହେବାସହ ଜଳଚର ପ୍ରାଣୀଙ୍କ ସହ ନୂତନ ପକ୍ଷୀଙ୍କ ଆଗମନ ହୋଇଥାଏ । ଏହା ପରିବେଶ ସହ ମାନବ ଜୀବନ ଧାରଣରେ ସହାୟକ ହୋଇଥାଏ । ସହକାରୀ ବନ ସଂରକ୍ଷକ ମିସ ଲିଲି ଅମାତ୍ୟ ସୂଚନା ଦେଇଛନ୍ତି ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ମାଳକାନଗିରି ବନ ବିଭାଗ ତତ୍ପର ଦେଖେଇ ଅଦ୍ରଭୂମି ଅଞ୍ଚଳ ଗୁଡ଼ିକର ଚିହ୍ନଟ କରି ତାକୁ ସଂରକ୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି । ଆଜିର ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବନଖଣ୍ଡର ସମସ୍ତ ରେଞ୍ଜର ବନାଞ୍ଚଳ ଅଧିକାରୀ ,ବନପାଳ, ବନରକ୍ଷୀ, ପୂର୍ବତନ ବନ କର୍ମଚାରୀ,ସୃଷ୍ଟି ଏନଜିଓ କର୍ମକର୍ତ୍ତା ଓ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ଭାଗନେଇ ଥିଲେ ।

nis-ad
Leave A Reply

Your email address will not be published.