ନିର୍ବାଚନ କୁ ଆଖିଆଗରେ ରଖି ଗଞ୍ଜାମ ରେ ମଦ ମାଫିଆ ସକ୍ରିୟ…!

ନିର୍ବାଚନୀ ପାଣ୍ଠି ଆଳରେ ହେଉଛି ଅପମିଶ୍ରଣ…!!

ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ…


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଥିବା ମଦ ମାଫିଆ ମାନେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ ଉଦେଶ୍ୟରେ ଚୋରା ମଦ କାରବାର ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାର ବହୁ ସରକାରୀ ବେ ସରକାରୀ ମଦ ଭାଟି ରେ ଅପମିଶ୍ରଣ ପୋଚ ଦ୍ୱାରା ମଦ ପ୍ରସ୍ତୁତି ହେଉଥିବା ଗଣମାଧ୍ୟମ ରେ ରୀତିମତ ପ୍ରକାଶ ପାଉଛି। କେତେକ ସ୍ଥାନରେ ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତି ପାଇଁ ସେଥିରେ ଇଷ୍ଟ, ୟୁରିଆ ଓ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ବାରମ୍ବାରଅପମିଶ୍ରଣ ମଦ ସମ୍ପର୍କରେ ଖବର ପ୍ରକାଶ ହେଲେବି ଆଜି ସୁଦ୍ଧା ଉକ୍ତ ଅପମିଶ୍ରଣ ପୋଚକୁ କାହିଁକି କେମିକାଲ ଟେଷ୍ଟିଙ୍ଗ କୁ ପଠାଯାଉନାହିଁ ବୋଲି ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଅବକାରୀ ମୁଖିଆ ଯେତେ ସବୁ ବେଆଇନ ମଦ ପ୍ରସ୍ତୁତି ଭାଟି ଚଢ଼ାଉ କରିବା ପରିବର୍ତ୍ତେ ସେମାନଙ୍କୁ ଉତ୍ସାହ ଦେଉଥିବା ଦେଖିବାକୁ ମିଳୁଛି ଯେମିତ ଉପର ମହଲ ରୁ ନିର୍ଦେଶ ମିଳିଛି ମାଫିଆ ମାନଙ୍କୁ ସୁରକ୍ଷା ଦେବାକୁ ।ଯେଉଁ ମଦ ମାଫିଆ ଯେତେ ପାଣ୍ଠି ଦେବେ ସେମାନେ ହେବେ ପ୍ରଶାସନ ଓ ସରକାର ଙ୍କ ଗେଲ୍ହା ପୁଅ ଏବଂ ଯେଉଁମାନେ ଅବକାରୀ ବାବୁ ମାନଙ୍କୁ ହାତଗୁଞ୍ଜା ବା ମାସିକିଆ ଦେବେ ନାହିଁ ବାବୁ ମାନେ ବାଃ ବାଃ ନେବାକୁ ଆମେ ଏତେ ହଜାର ପୋଚ ନଷ୍ଟ କରିଲୁ ବୋଲି ଗଣମାଧମ କୁ ବିବୃତି ଦିଅନ୍ତି। କିନ୍ତୁ ବାସ୍ତବରେ ସେତେ ପରିମାଣ ର ପୋଚ ନଷ୍ଟ ହୁଏ ନାହିଁ ଓ ସେହି ପୋଚକୁ କେବେ ବି ଟେଷ୍ଟିଙ୍ଗ କରିବାକୁ ପଠାଉନ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଉକ୍ତ ପୋଚ କୁ ଟେଷ୍ଟିଙ୍ଗ କରିଲେ ସେଥିରେ କେଉଁ କେମିକାଲ ମିଶ୍ରଣ ହୋଇଛି ଜଣାପଡ଼ିବ। ମଦ ବ୍ୟବସାୟ ରେ ବାବୁ ମାନଙ୍କ ସେୟାର ଥିବା ଯୋଗୁଁ ଏହି ସବୁ ଚୋରା ଓ ଭେଜାଲ ମଦ ବିକ୍ରି ବଟା ସୁରୁଖୁରୁରେ ଚାଲୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ଏବେ ସବୁ କ୍ଷେତ୍ରରେ ଚରମସୀମା ରେ ପାହଞ୍ଚିଲାଣି। ହେଲେ ଏଠାକାର ଦୁର୍ନୀତି ନିବାରଣ ବିଭାଗ ଖୋଦ ଦୁର୍ନୀତି ରେ ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ହେଲାଣି ଯାହା ଫଳରେ ଏଠାରେ କୌଣସି ଦୁର୍ନୀତି ଗ୍ରସ୍ତ ମୂଷା ଧରା ପଡୁନି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଜିଲ୍ଲାକୁ ଏକ ସ୍ୱତନ୍ତ୍ର ସ୍କାୱାର୍ଡ ଆସି ଚଢ଼ାଉ କରିଲେ ସରକାରୀ ଖାଜାନା ଖାଲି କରୁଥିବା ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଜିଲ୍ଲା ରେ ଅବକାରୀ ବିଭାଗ କାମ ବି କରୁଛି ପୋଲିସ ଅବକାରୀ ବିଭାଗ ଶୀତ ତାପ ନିୟନ୍ତ୍ରିତ କୋଠରୀ ରେ ବସି କ୍ଷୀର ପାନ କରୁଛି କହିଲେ କିଛି ଭୁଲ ହେବ ନାହିଁ l ଆଗାମୀ ସାଧାରଣ ନିର୍ବାଚନ ରେ ଜିଲ୍ଲାରେ ଅରାଜକତା, ଗୁଣ୍ଡା ରାଜ ରେ କେତେଯେ ମୁଣ୍ଡ ଗଡିବ ତାହାକୁ ଏଡେଇ ଦେଇ ହେବନି, ଏବଂ ମଦ ମୃତ୍ୟୁ ସମ୍ଭାବନା କୁ ମଧ୍ୟ ନଜର ଅନ୍ଦାଜ କରି ହେବ ନାହଁ l ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଅନୁରୋଧ କରୁଛନ୍ତି l ଏବଂ ଏଠାକାର କୁବେର ବାବୁ ମାନଙ୍କୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ ହେଉଛି…

nis-ad
Leave A Reply

Your email address will not be published.