ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନୂଆ-ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ।

(ଅନ୍ବେଷଣ ଏବଂ ପରିଶ୍ରମ ସର୍ବଦା ସଫଳତା ଆଣିଥାଏ – ନିର୍ଦ୍ଦେଶକ)

ଆସିକା : ଓଡ଼ିଶା ସରକାରଙ୍କ ନୂଆ-ଓର ଅଭିନବ ପ୍ରୟାସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଗୁଡିକର କୃତି ଛାତ୍ରଛାତ୍ରୀମାନଙ୍କୁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପୁରସ୍କୃତ କରାଯାଇଛି। ଏହି ଅବସରରେ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ଠାରୁ ଆରମ୍ଭ କରି କବିସମ୍ରାଟ ଉପେନ୍ଦ୍ର ଭଂଜ ମହାବିଦ୍ୟାଳୟ, ଭଂଜନଗର ମଧ୍ୟରେ ଥିବା ବିଭିନ୍ନ କଲେଜର ଏସବିଆର କଲେଜ ପରିସରରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ମନୋ ପ୍ଳେ, ଷ୍ଟାଣ୍ଡ ଆପ୍ କମେଡି, ସୋଲୋ ସଙ୍ଗ, ଗୃପ ସଙ୍ଗ, ଡ୍ରଇଙ୍ଗ୍ ଇତ୍ୟାଦି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଯୁକ୍ତ ଦୁଇ ଏବଂ ତିନିର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ, ଦକ୍ଷିଣାଞ୍ଚଳ, ବ୍ରହ୍ମପୁରର ନିର୍ଦ୍ଦେଶକ ଡ. ଶିଦ୍ଧାର୍ଥ ଶଂକର ପାଢ଼ୀ ଏବଂ ଯୁବ ଓ କ୍ରୀଡା ବିଭାଗ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ଦ୍ବାରା ଚେକ୍ (ଅର୍ଥ ଦେବାର ଆଦେଶପତ୍ର) ମାଧ୍ୟମରେ ପୁରସ୍କୃତ କରାଯାଇଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଏବଂ ନୂଆ-ଓ ନୋଡାଲ ଅଫିସର ଡ. ଏସ୍. ବସନ୍ତ କୁମାର ଆଚାରୀଙ୍କ ସଂଯୋଜନାରେ ଏକ ଭବ୍ୟ ପୁରସ୍କୃତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଓଡିଓ ଭିଜୁଆଲ ହଲ୍ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଏବଂ ଅଞ୍ଚଳରୁ ଆସିଥିବା କୃତି ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଥମ ପୁରସ୍କାର ୧୫,୦୦୦, ଦ୍ବିତୀୟ ପୁରସ୍କାର ୧୦,୦୦୦ ଏବଂ ତୃତୀୟ ପୁରସ୍କାର ୫,୦୦୦ ଧନରାଶି ଚେକ୍ ମାଧ୍ୟମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ଛାତ୍ର ସ୍ମୃତିରଞ୍ଜନ ପଟ୍ଟନାୟକଙ୍କୁ ମନୋ ପ୍ଳେ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲାସ୍ତରୀୟ ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଛି। ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀ ଅତିଥି ପରିଚୟ ଦେଇଥିଲେ ଏବଂ ଧବ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରନକୁ ସହଯୋଗ କରିଥିଲେ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ଚୌଧୁରୀ, ବିଘ୍ନରାଜ ପାଢୀ, ଆକାଉଣ୍ଟ ବର୍ସର ପ୍ରିୟବ୍ରତ ପ୍ରଧାନ, ରାଜେଶ୍ କୁମାର ସାହୁ, ଅଧ୍ୟାପିକା ସେଇଲ୍ କୁମାରୀ ଝା, ରଶ୍ମୀପ୍ରିୟା କାଲୋ । ଗଂଜାମ ଜିଲ୍ଲାର ମହାବିଦ୍ୟାଳୟ ଅଭିଭାବକ ମହଲରେ ସରକାରଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଭୁୟଷୀ ପ୍ରଶଂସା କରାଯାଇଛି।

nis-ad
Leave A Reply

Your email address will not be published.