ଶିଶୁ ଓ ମହିଳା ବିକାଶ କ୍ଷେତ୍ରରେ ଆତ୍ମରକ୍ଷା କୌଶଳର ଗୁରୁତ୍ଵ

ଫୁଲବାଣୀ : ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷ ନିମିତ୍ତ ଦୀର୍ଘ ଆଠ ଦିନଧରି ଚାଲିଥିବା ‘ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଉଦ୍ ଯାପିତ ହୋଇଯାଇଛି।କାର୍ଯ୍ୟକ୍ରମର ସଂଯୋଜିକା ଡଃ. ତନୁଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷା ଡଃ. ତନୁଜା ସିଂହ ମୁଖ୍ୟଅତିଥି ରୂପେ ଯୋଗଦେଇ ” ନାରୀଟିଏ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରାପ୍ତ ହେଲେ ନିଜକୁ ସମସ୍ତ ନିର୍ଯାତନାରୁ ରକ୍ଷା କରିପାରିବ” ବୋଲି ଅଭିଭାଷଣ ପ୍ରଦାନ କରିଥିବା ବେଳେ ଡ଼ କୁଶ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ‘ ଶିଶୁ ଓ ମହିଳା ବିକାଶ କ୍ଷେତ୍ରରେ ଆତ୍ମରକ୍ଷା କୌଶଳର ଗୁରୁତ୍ଵତା ‘ ପ୍ରତିପାଦନ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟାପକ ଜବାର କିଶୋର ମହାର ପ୍ରଶିକ୍ଷଣର ପରିବ୍ୟାପ୍ତି ସଂମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଶେଷରେ ତାଲିମ୍ ପ୍ରାପ୍ତ ଛାତ୍ରୀମାନଙ୍କ ଠାରୁ ପ୍ରଶିକ୍ଷଣ ସମ୍ବନ୍ଧୀୟ ମନ୍ତବ୍ୟ ନେବା ସହିତ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ସହ ସଂଯୋଜିକା ଡ଼. ତପସ୍ଵିନୀ ଗୌଡ ଏବଂ ଶ୍ରୀମତୀ ଯଶୋଦା ଜେନା ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତକରାଇଥିଲେ । ଡ଼. ତପସ୍ଵିନୀ ଗୌଡ ଧନ୍ୟବାଦ ଜ୍ଞାପନ କରିଥିଲେ ।ଅନୁଷ୍ଠିତ ଶିବିରରେ ଯୋଗ ଦେଇଥିବା ୨୪୧ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ ନିମନ୍ତେ ସୁମିତ୍ରା ଦିଗାଲ, ପୁଷ୍ପାଞ୍ଜଳୀ ମଲ୍ଲିକ, ଭାରତୀ ଅମାତ୍, ନିଶା ପ୍ରଧାନ ଓ ଉଷା ପ୍ରଧାନ ଆଦିଙ୍କୁ ମାଷ୍ଟର ଟ୍ରେନର ଭାବରେ ନିୟୋଜିତ କରାଯାଇଥିଲା।

nis-ad
Leave A Reply

Your email address will not be published.