ନିର୍ବାଚନ ଉପଲକ୍ଷେ ତାଲିମ ଶିବିର…

ଭଞ୍ଜନଗର : ସାଧାରଣ ନିର୍ବାଚନ -2024ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ କରାଯାଇଥିଲା | ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ, ଭଞ୍ଜନଗର ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ବିଶ୍ବରଞ୍ଜନ କର, ବିଶ୍ଵାମିତ୍ର ହରପାଲ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଉମା ଶଙ୍କର ବେହେରା, ତହସିଲଦାର,ଭ଼ଞ୍ଜନଗର, କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା, ଦିପ୍ତିମଣୀ ପ୍ରଧାନ ,ଅତିରିକ୍ତ ଜିଲ୍ଲାପାଳ ଏବଂ ରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ସିବିରରେ 123-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ | ଏବଂ ଏହି ତାଲିମ 3 ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି |

nis-ad
Leave A Reply

Your email address will not be published.