ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ଅଞ୍ଚଳ, ଟେର ପାଇପାରୁ ନାହଁ ସୀମାନ୍ତ ପୋଲିସ୍

ଉମରକୋଟ : ସପ୍ର (୩୧/୦୧/୨୦୨୪) ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ବ୍ଲକର କୁନ୍ଦେଇ ଥାନା କାଉଡୋଳା ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗୀ୍ୟାଡିହିର ଖାଳେପାରା ଗ୍ରାମ । ଟେର ପାଇପାରୁ ନାହିଁ ସୀମାନ୍ତ ପୋଲିସ୍। ବିଷସ୍ତସୂତ୍ରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ସୂଚନା ପାଇଁ ଓ ନିର୍ଦେଶ କ୍ରମେ ରାଇଘର ଅତିରିକ୍ତ ତହସିଲଦାର ଶ୍ରୀ ସିମାଞ୍ଚଳ ପାତ୍ର, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁଶିକ୍ତା ମିଶ୍ର, ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ଓ ଡି ଡି ଏଫ ଫୋର୍ସ ( ଆଇ ଆର ବି )ମିଳିତ ଭାବେ ଆଚାନକ ଖାଳେପାରାରେ ଚଡାଉ କରି ଆନୁମାନିକ ତିନି ଏକର ଜଙ୍ଗଳ ଜମିରେ ଲାଗିଥିବା ପ୍ରାୟ ୧୦ ହଜାର ଗଞ୍ଜେଇ ଗଛ ଉପାଡି ନଷ୍ଟ କରି ଦେଇଥିବା ସୂଚନାପ୍ରାପ୍ତ l

ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବାରମ୍ବାର ଓଡିଶା ରାସ୍ତା ଦେଇ ଖୁଲମ୍ ଖୁଲା ପଡୋଶୀ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡ଼ିଛି। ଯାହାକି ବିଗତ ଦିନ ମାନଙ୍କରେ ଛତିଶଗଡ଼ ତଥା ମଧ୍ୟପ୍ରଦେଶ ଅଞ୍ଚଳର ପୋଲିସ୍ ହାତରେ ବ୍ୟାପକ ପରିମାଣର ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ଗାଡ଼ି ଧରାପଡିଥିବା ବେଳେ ସେଠାକାର ପୋଲିସ ଗୁଇନ୍ଦା ବିଭାଗ ଏହାର ଚେର ମଧ୍ୟପ୍ରଦେଶ ରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଥିବା ସୁଚନା ପାଇ ମଧ୍ୟପ୍ରଦେଶ ପୋଲିସ୍ ରାଇଘର ଅଞ୍ଚଳରେ ଉକ୍ତ ଘଟଣାର ଛାନ୍ ଭିନ୍ ଜାରୀ ରଖିଥିଲା। ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ବେଳେ ଏହି ବ୍ଲକ ମଧ୍ୟସ୍ଥ (ଉମରକୋଟ – ରାଇଘର – କୁନ୍ଦେଇ) ୪୦-ନଂ ରାଜ୍ୟ ରାଜପଥ ଦେଇ ଅହରହ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଯାତାୟତ କରିଥାନ୍ତି। ଉକ୍ତ ରାସ୍ତା ପାର୍ଶ୍ଵରେ ତିନି ଗୋଟି (ଉମରକୋଟ, ରାଇଘର, କୁନ୍ଦେଇ) ପ୍ରମୁଖ ଥାନା ସହ ତିନି ଗୋଟି ପୋଲିସ୍ ସହାୟତା କେନ୍ଦ୍ର ରହିଥିବା ବେଳେ ପୋଲିସ୍ ମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ଅନବରତ କରୁଛନ୍ତି । କିନ୍ତୁ ଗଞ୍ଜେଇ ମାଫିଆ ମାନେ ଏହି ରାସ୍ତାକୁ ସେମାନଙ୍କର ନୀତିଦିନିଆ ଯିବା ଆସିବା ରାସ୍ତା ଭାବି ଖୁଲମ ଖୁଲା ଗଞ୍ଜେଇ ଚାଲାଣ କରିବାର ମୂଖ୍ୟ ରାସ୍ତା ଭାବେ ବାଛି ନେଇଛନ୍ତି। ଯାହାକି ପ୍ରମୁଖ ଗଣମାଧ୍ୟମରେ ବାରମ୍ବାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡିଥିବା ପ୍ରକାଶିତ ଖବର ଅନୁଯାୟୀ ଜଣାପଡ଼ିଛି।

ତତ୍ ସହିତ ରାଇଘର ବ୍ଲକର ବିଭିନ୍ନ ଅଂଚଳକୁ ପୋଡୋଶୀ ରାଜ୍ୟର ରାସ୍ତା ସଂଯୋଗ କରୁଥିବା ବେଳେ ପ୍ରଶାଶନ ପକ୍ଷରୁ ସେହି ରାସ୍ତା ଦେଇ ଯାତାୟତ କରୁଥିବା କୌଣସି ଯାନବାହାନ ଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରାଯାଏ ନାହିଁ ବୋଲି ରାଇଘର ଅଞ୍ଚଳବାସୀ କହୁଛନ୍ତି । ଯଦ୍ୱାରା ନିଶା ଦ୍ରବ୍ୟ କାରବାର କରିବାରେ ମାଫିଆ ମାନଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଓଡିଶା- ଛତିଶଗଡ଼ ସୀମା ଠାରୁ ମାତ୍ର ଏକ ରୁ ଦୁଇ କିଲୋମିଟର ଦୂରରେ କୁନ୍ଦେଇ ଥାନା ରହିଥିବା ବେଳେ ପଡ଼ୋଶୀ ରାଜ୍ୟର ପୋଲିସ୍ ସହ ଗୁଇନ୍ଦା ବିଭାଗ ଗଞ୍ଜେଇ ଚାଲାଣକାରୀ ମାନଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ସୀମାନ୍ତ କୁନ୍ଦେଇ ପୋଲିସ୍ ଘଟଣାର କିଭଳି ଭାବେ ଟେର ପାଇ ପାରୁନାହଁ ତାହା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.