ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାସମ୍ପର୍କିତ ସଚେତନତା ତାଲିମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ଯୋଗ ଦେଇଥିବା ବେଳେ ଅଗ୍ନିଶମ ଅଧିକାରୀ ସରୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ନିଆଁକୁ କିଭଳି ଭାବରେ ଆୟତ୍ତ କରିହେବ ଏବଂ ଏଥିପାଇଁ କଣ ଉପାୟ ଅବଲମ୍ବନ କରାଯାଇ ପାରିବ ସେ ନେଇ ଉପସ୍ଥିତି ସମସ୍ତଙ୍କୁ ସଚେତନ କରିଥିଲେ । ବ୍ଲକର ଫିରିଙ୍ଗିଆ ବନାଞ୍ଚଳ ଅଧୂନସ୍ତ ୨୭ଟି ପଞ୍ଚାୟତ ରେ ଥ‌ିବା ବନସୁରକ୍ଷା ସମିତିକୁ ପ୍ରତିବର୍ଷ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କରାଯାଉଛି ଚଳିତ ବର୍ଷ ପ୍ରତ୍ୟେକ ବିଭାଗର ମିଳିତ ଭାବରେ ଜଙ୍ଗଲରୁ ନିଆଁରୁ ସୁରକ୍ଷା କରିବା ପାଇଁ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ବିଭାଗର ଅଧିକାରୀ ମଧ୍ୟ ଜଙ୍ଗଲ ନିଆଁ ପ୍ରତି ସଚେତନ ରହିବା ସହ ସୁରକ୍ଷା କରିବାକୁ ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମ ଶେଷରେ ବନ ବିଭାଗର ସହ ସମସ୍ତ ବିଭାଗର ମିଳିତ ଭାବରେ ଫିରିଙ୍ଗିଆ ବନାଞ୍ଚଳ ସରୁକୋଇ ଘାଟି ନିକଟରେ ନିଆଁକୁ କିଭଳି ଭାବରେ ଆୟତ୍ତ କରାଯିବ ସେନେଇ ମକଡ୍ରିଲ କରାଯାଇ ଥିଲା । ଅଗ୍ନିଶମ ବାହିନୀ ମକଡ୍ରିଲରେ ସମସ୍ତ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବନ
ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ୍‌ ବିଭାଗ, କେନ୍ଦୁ ପତ୍ର ବିଭାଗ ସହ ଫିରିଙ୍ଗିଆ ବନାଞ୍ଚଳର ପ୍ରତ୍ୟେକ ବିଟ୍‌ର ବନପାଳ, ବନରକ୍ଷୀଙ୍କ ସହ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.