ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ +2ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଆଠ ଦିନଧରି ପ୍ରଶିକ୍ଷଣ ଦିଆଯାଇଥିଲା ଏହି ଉଦଯାପନୀ ଉତ୍ସବ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଗଣମାଧ୍ୟମ ପ୍ରତନିଧି ସଞ୍ଜୟ କୁମାର ଦିଗାଲ, ରମେଶ ଚନ୍ଦ୍ର ପଣ୍ଡା, ସସ୍ମିତା ମଲ୍ଲିକ ଯୋଗ ଦେଇ ଆତ୍ମରକ୍ଷ୍ୟା କୌଶଳକୁ ଠିକ ସମୟରେ ପ୍ରୟୋଗ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ l ଅଧ୍ୟାପକ ନରେନ୍ଦ୍ର ଦିଗାଲ କୋଡିନେଟ କରିଥିବା ବେଳେ ମାଷ୍ଟର ଟ୍ରେନର ଛାତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ, ଅଞ୍ଜଳି କଂହର ପ୍ରଶିକ୍ଷଣ ଦେଇଥିଲେ, ଅଧ୍ୟାପକ ସୂରଜ ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିର ଠିକ ଭାବେ ପ୍ରଶିକ୍ଷଣ ଦିଆଯାଇଛିକି ନାହିଁ ବ୍ରହ୍ମପୁର ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦେଶକ ଡ଼ ସୁଶାନ୍ତ କୁମାର ଦାସ ପରିଦର୍ଶନ କରି କାର୍ଯ୍ୟକ୍ରମ ଠିକ ଭବେ ହୋଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ l

nis-ad
Leave A Reply

Your email address will not be published.