ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ…


ଦେବଗଡ଼:,୩୧|୧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।‌ ଏଥିରେ ୭୦ଟି ପଞ୍ଚାୟତରୁ ୩ ବ୍ଲକ କୁ ବସ୍ ଚଳାଚଳ ର ସୁବିଧା କରାଯାଇଛି ‌। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁ ରୁ ବ୍ଲକ କୁ ଯାଇପାରିବେ । ଦେବଗଡ଼ ଜିଲ୍ଲାରେ ମୋଟ ୧୬ ଟି ବସ୍ ତିନି ବ୍ଲକକୁ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଯଥା ବାରକୋଟ ବ୍ଲକକୁ ୬ଟି ବସ୍, ତିଲେଇବଣୀ ବ୍ଲକ କୁ ୬ଟି ବସ୍ ଓ ରିଆମାଳ ବ୍ଲକ କୁ ୪ ଟି ବସ୍ ଗଡିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ କମ୍ ଖର୍ଚ୍ଚ ରେ ଯିବା ଆସିବା ସୁବିଧା ପାଇପାରିବେ ବୋଲି

ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଜନାର ବସ୍ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି । ତେଣୁ ଏହାକୁ ନିଜର ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ପରିବହନ ମନ୍ତ୍ରୀ ତଥା ଜଳ ସେଚନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍ ଦର୍ଶନରେ ରାଜ୍ୟର ସମସ୍ତ କ୍ଷେତ୍ରର ବିକାଶର ଧାରା ଜାରି ରହିଛି । ଗାଁ ରୁ ସହର ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟାତ କୁ ସୁଗମ କରି ସମୃଦ୍ଧି ଆଣିବ । ଓଡ଼ିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଲକ୍ଷ୍ମୀ ବସ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବରଣ୍ୟ ଅତିଥି ଭାବେ ମାନ୍ୟବର ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଞ୍ଜିଆ ଭୋଇ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅଧ୍ୟକ୍ଷା ପୌରପରିଷଦ ଶ୍ରୀମତୀ ଶାନ୍ତି ମଞ୍ଜରି ଦେଈ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ସରପଞ୍ଚ ସଂଘର ସଭାପତି ସତ୍ୟନାରାୟଣ ପାଣି, ତିନି ବ୍ଲକର ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ମିଶନ ଶକ୍ତି ର କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ପରିବହନ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.