ଇଡି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇଡିଙ୍କ ବିରୋଧରେ ଆଣିଲେ ଅଭିଯୋଗ । ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଇଡି ଅଧିକାରୀମାନେ ନିର୍ଯାତନା ଦେଉଛନ୍ତି। ହେମନ୍ତ ସୋରେନ କିଛି ଘଣ୍ଟା ପାଇଁ ଦିଲ୍ଲୀରେ ଥିଲେ। ସେ କିଛି ଅଭିଯୋଗ ପାଇଁ ଦିଲ୍ଲୀ ଯାଇଥିବା ବେଳେ ଇଡି ଅଧିକାରୀମାନେ ତାଙ୍କ ଘରକୁ କାହିଁକି ଆସିଥିଲେ ବୋଲି ସେ ଏକ ଅଭିଯୋଗ କରିଥିଲେ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ। ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି। ପଚରାଉଚରା ପାଇଁ ହେମନ୍ତଙ୍କ ସରକାରୀ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ଶହେ ମିଟର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଜେରା ପରେ ହେମନ୍ତ ସୋରେନ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ବଢ଼ିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଦଶମ ଥର ସମନ କରିଛି ଇଡି। ହେମନ୍ତ ସୋରେନ୍ ଗିରଫ ହେଲେ ତାଙ୍କ ସ୍ଥାନରେ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ମୁର୍ମୁ ସୋରେନ୍ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଏନେଇ ଯୋଜନା ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.