ସ୍କୁଟରକୁ ପଛପଟୁ ଧକ୍କା ଦେଲା ସ୍କୋର୍ପିଓ : ଦମ୍ପତି ମୃତ…


ଦେବଗଡ: ,୩୧ା୧:ଆଜି ଅପରାହ୍ନରେ ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଏକ ସ୍କୁଟର ଚୁରମାର ହୋଇଯିବାସହ ସେଥିରେ ଯାଉଥିବା ଝରବାହାଳ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଅପରାୟହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ ଝରବାହାଳ ଗ୍ରାମର ହୃଦାନନ୍ଦ ବେହେରା ଓ ତାଙ୍କ ସ୍ତ୍ରୀ ରତ୍ନମଣି ବେହେରା ଏକ ସ୍କୁଟର ଯୋଗେ ଠିଆନାଳ ପଟୁ ନିଜ ଘରକୁ ଫେରୁଥିବା ବେଳେ ବମ୍ପରଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଗାଡି(ନଂ-ଓଆର୍‌-୧୪-ୟୁ-୯୦୯୨)ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ସ୍କୁଟରଟି ଚୁରମାର ହୋଇଯିବା ସହ ଉକ୍ତ ଦମ୍ପତି ଗୁରୁତର ଆହତ ହୋଇଥିଲେ । ସ୍ୱେଚ୍ଛାସେବୀ କୃତାର୍ଥ ସାହୁ ଓ ସ୍ତାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜରି ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ନିମନ୍ତେ ବାରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ବାରକୋଟ ଥାନା ପୁଲିସ ବଡକୁଦର ସ୍ଥିତ ଟୋଲପ୍ଲାଜାରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ସ୍କୋର୍ପିଓ ଗାଡିଟିକୁ ଜବତ କରିବାସହ ଚାଳକକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି । ସେହିପରି ଏକ ମାମଲା ଋଜୁୁକରି ଘଟଣାର ତଦନ୍ତ ଚଳାଇବାସହ ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.