ଶିକ୍ଷକ ନିୟୁତି ଦାବିରେ ଫାଟକରେ ତାଲା ପକାଇ ଅନଶନ କଲେ ଅଭିଭାବକ…


ଆର,ଉଦୟଗିରି :ଆର,ଉଦୟଗିରି ବ୍ଲକର ଶବରପଲ୍ଲି ଗ୍ରାମର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁତି ଦାବି ନେଇ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ତାଲା ଅନସନ ବସିଛନ୍ତି । ଏହି ବିଦ୍ୟାଳୟରେ ୨୩୧ ପିଲାଙ୍କୁ ଦୁଇ ଶିକ୍ଷକ । ତା ପୁଣି ଦୁଇ ବର୍ଷ ହେଲା ବାଷିକ ପରିକ୍ଷା ନ ହୋଇ ପିଲାଙ୍କ ପାଠପଢା ଚାଲିଛି । ବିଦ୍ୟାର୍ଥୀ ଉପର ଶ୍ରେଣୀକୁ ଉତ୍ତୀଣ୍ଣ ହେଉନାହାନ୍ତି । ଏଭଳି ଏକ ଉପେକ୍ଷିତ ଶୈକ୍ଷିକ ବାତାବରଣର ବିରୋଧ କରି ମଙ୍ଗଳବାରରୁ ଅନିଷ୍ଟକାଳ ପାଇଁ ଆର,ଉଦୟଗିରି ବ୍ଲକ ଶବରପଲ୍ଲୀ ଆଶ୍ରମ ରେ ପଢୁଥିବାପିଲାଙ୍କ ଅଭିଭାବକ ଆଶ୍ରମ ବିଦ୍ୟାଳୟ ଫାଟକରେ ତାଲା ଅନଶନରେ ବସି ରହି

ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶିକ୍ଷକ ନିୟୁତି କର ନଚେତ ଆମ ପିଲାଙ୍କୁ ଘରକୁ ଛାଡିଦିଅ ବୋଲି ଦାବି କରି ବିଦ୍ୟାଳୟ ସାମନାରେ ବସି ରହିଥିଲେ ବିଦ୍ୟାଳୟର ସଭାପତି ଲକ୍ଷ୍ମୀକାନ୍ତ ଶବର, ଲକ୍ଷ୍ମୀପୁର ଗ୍ରାମର କୁରାଶବର, ରଣ୍ଡିବା ଗ୍ରାମର ମହନ ଶବର, ଟାଙ୍ଗିଆସାହିର ନିମତି ଦଳେଇ, ବସ୍ତିଗୁଡା ଗ୍ରାମର ତାରିଣି ଦଳେଇ, ଉଦୟନାଥ ରଇତ, ଯକ୍ଷ ବଡ ରଇତ, ସନ୍ତୋଷ ରଇତ, ପ୍ରମିଳା ମଣ୍ଡଳ, ଜମୁନା ଶବର ଓ ସୁରେଖା ଶବର ପ୍ରମୁଖ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଶବରପଲ୍ଲୀ ଆଶ୍ରମ ବିଦ୍ୟାଳୟରେ ବାଳକ ଓ କାଳିକା ପ୍ରଥମରୁ ଅଷ୍ଟମ ଶ୍ରେଣୀ ୨୩୧ ଛାତ୍ରଛାତ୍ରୀଙ୍କ ପାଇଁ ପଢିବାର ବ୍ୟବସ୍ଥା ରହିଛି । ୮ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ରହିବା କଥା ହେଲେ ବତ୍ତମାନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ କେବଳ ୨ଜଣ ଶିକ୍ଷକ ଅଛନ୍ତି । କାଗଜପତ୍ର କାମ ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାଦ ଦେଲେ ପାଠ ପଢାଇବା ପାଇଁ ରହିଲେ ମାତ୍ର ଜଣେ ଶିକ୍ଷକ । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀକାନ୍ତ ଶବର ଓ ସଦସ୍ୟଗଣ ଗତ ଦୁଇ ବର୍ଷ ହେଲା ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ନିବେଦନ କରିଆସୁ ସୁଧା ଆଜିସୁଧା ବିଦ୍ୟାଳୟ ଶିକ୍ଷକ ନିୟୁତି ହୋଇ ଖାଲି ପ୍ରତିଶୃତି ମିଳୁଛି । ହେଲେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ କରାଯାଉନି । ଗତ ୧୬ ତାରିଖରେ ଏହି ବିଦ୍ୟାଳୟ ଦୁତିୟ ଶ୍ରେଣୀ ପଢୁଥିବା ପ୍ରବିତ୍ର କୁମାର ପଣ୍ଡା ଖେଳୁଥିବା ବିଦ୍ୟାଳୟ ସିମେଣ୍ଟ କାଥ ପଡିଯିବା ପିଲା ଗୋଡ ଭାଙ୍ଗିଯାଇଛି ବ୍ରହ୍ମପୁର ବଡ ମେଡିକଲରେ ଚିକିତ୍ସାଧିନ ଅଛି । ଏହି କାଥ ନିମମାନର କାମ ହୋଇଥିବାରୁ ଉଆଲ ଭାଙ୍ଗିଯିବା ଦ୍ବାରା ଆଜି ପିଲା ଗୋଡ ଭାଙ୍ଗିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ପିଲା ଯାଇଥିବା ସିଡି କେତେ ଭାଙ୍ଗିଯିବାର ଆସକା ଅଛି । ୨ବର୍ଷ ହେଲା ବିଦ୍ୟାଳୟରେ ତ୍ରୟମାସିକ ,ଅଦ୍ଧବାଷିକ ଓ ପରୀକ୍ଷା ହୋଇ ପାରିନାହିଁ । ଏନେଇ ସ୍ଥାନୀୟ ମଙ୍ଗଳ

ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ସମସ୍ୟା ବିଷୟ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରାଯାଇଛି । ତାଙ୍କ ନିଦ୍ଦେଶକୁ ଅପକ୍ଷେ କରାଯାଇଛି । ଅଭିଭାବକମାନେ ମଙ୍ଗଳବାର ଠାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡାଙ୍କ ଯୋଗାଯୋଗ ହୋଇପାରୁନାହିଁ । ଏହି ବିଦ୍ୟାଳୟ ଛାତ୍ର ହଷ୍ଟେଲ ପାଚେରି ନାହିଁ ଏବଂ ବିଦ୍ୟାଳୟରେ ସାଇନି ବୋଡ ନାହିଁ ।

nis-ad
Leave A Reply

Your email address will not be published.