ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ୫୩ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ…

ଆର,ଉଦୟଗିରି /୩୧/୧ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ବାପଟିଷ୍ଟ ମଣ୍ଡଳୀ ପଡି଼ଆ ଠାରେ ସ୍ଥାନୀୟ ସଣ୍ଡେସ୍କୁଲ ସମିତି ଆନୁକୁଲ୍ୟରେ ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ୫୩ତମ ବାର୍ଷିକ ଅଧିବେଶନ ଦୁଇଦିନ ଧରି ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଣ୍ଡେସ୍କୁଲ ଶିକ୍ଷା ମାଧ୍ୟମରେ ପିଲା ମାନଙ୍କୁ ଆତ୍ମିକ ଜୀବନରେ ଅଭିବୃଦ୍ଧି ନିମନ୍ତେ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ସ୍ଵାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା “ହେ ବାଳକମାନେ ଆସ ମୋ କଥା ଶୁଣ; ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି” ବିଷୟରେ ଓ ପ୍ରଫେସର ରାଜପତି ପାଣି “କ୍ଷୁଦ୍ର ଜୀବନରେ ଈଶ୍ବରଙ୍କ ମହତ୍ କାର୍ଯ୍ୟ” ଉପରେ ଏବଂ ପାଳକ ଆଚାର୍ଯ୍ୟ ଜିତୁ ଲିମା “ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ” ବିଷୟ ବସ୍ତୁ ଉପରେ ବାକ୍ୟ ପରିବେଷଣ କରି ଥିଲେ। ତତସହ ଗୀତ ମାଧ୍ୟମରେ ସ୍ତୁତି, ଆରାଧନା କରି ଈଶ୍ବରଙ୍କ ପ୍ରସଙ୍ଗସା କରିଥିଲେ ବିଶ୍ବାସୀ। ଏବଂ ଦେଶର ସର୍ବ ଧର୍ମୀୟ ଭାତ୍ରୁ ଭାବ, ପ୍ରେମ, ଏକତା ଓ ଶାନ୍ତି ବଜାଇ ରଖିବା, ପ୍ରତ୍ୟେକଙ୍କ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିଥିଲେ।


ବାର୍ଷିକ ଅଧିବେଶନର ପ୍ରଥମ ଦିନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସମ୍ପାଦକ ପାଳକ ଆଚାର୍ଯ୍ୟ ଯିସାହକ ପାଣି ପତାକା ଉତ୍ତୋଳନ,ସମ୍ମିଳନୀ ଉପଦେଷ୍ଟା ପାଳକ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନ ପ୍ରଦୀପ ପ୍ରଜ୍ଜ୍ୱଳନ, କୋଷାଧ୍ୟକ୍ଷ ପାଳକ ଆଚାର୍ଯ୍ୟ ଆମୋଦ କୁମାର ପାଣି ପ୍ରାରମ୍ଭିକ ଉପାସନା ଏବଂ ସଭାପତି ପାଳକ ଆଚାର୍ଯ୍ୟ ଗିଦୀୟନ ମିଶାଲ ଦୁଇ ଦିନିଆ ଅଧିବେଶନକୁ ଉଦଘାଟନ କରି ଥିଲେ। ଅଧିବେଶନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କର୍ମକର୍ତ୍ତା ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଖ୍ରୀଷ୍ଟୀୟ ସେବକ ସେବିକା ଏବଂ ହଜାର ହଜାର ସଂଖ୍ୟାରେ ବିଶ୍ବାସୀ ଯୋଗଦାନ କରିଥିଲେ। ଏହି ଅଧିବେଶନକୁ ସ୍ଥାନୀୟ ସଣ୍ଡେସ୍କୁଲ ସମିତିର ସମ୍ପାଦକ ପ୍ରତ୍ୟୁଷ କୁମାର ପାଣି ଅଭ୍ୟର୍ଥନା କରିଥିଲେ।
ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ସଭାପତି ପ୍ରବୀଣ ନାୟକ,ଉପସଭାପତି ଇସ୍ରାଏଲ ପାଣି ପରିଚାଳନା କରିଥିବା ବେଳେ ସମ୍ପାଦକ ସୁନିଲ କୁମାର ଲିମା, ସହ ସମ୍ପାଦକ ଆସ୍ମାନ ମଣ୍ଡଳ ନାୟକ,କୋଷାଧ୍ୟକ୍ଷ ଗୋରେଖ ମାଳି,ସହ କୋଷାଧ୍ୟକ୍ଷ ବିଜୟ କୁମାର ବୀର, ପାଠଟୀକା ସମ୍ପାଦକ ଫିଲିମନ ପାଲ, ପରୀକ୍ଷା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପାଣି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.