ଅବସରପ୍ରାପ୍ତ ସରକାରୀକର୍ମଚାରୀଙ୍କ ସମ୍ବର୍ଦ୍ଧନା ଉତ୍ସବ

ଝଙ୍କଡ଼ ତା ୩୦/୧/୨୦୨୪ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ତରାପୁର ସ୍ଥିତ ତରାଦେଈ ଙ୍କ ମନ୍ଦିର ସମ୍ମୁଖରେ , କନକ ପୁର ପଞ୍ଚାୟତ ଶାଖା ସଂଘ ତରଫରୁ, ଅବସରପ୍ରାପ୍ତ ସରକାରୀ ସଂଘ ର ୨୦୨୪ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମାର୍ଗ ଦର୍ଶକ ତଥା ତିର୍ତ୍ତୋଲ ବ୍ଲକ ସଂଘ ର ଉପସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ମା ସାରଳା ଙ୍କ ପଟ୍ଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ବରିଷ୍ଠସଦସ୍ୟ ଶରତ ଚନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ , ଜଗତସିଂହପୁର ଜିଲ୍ଲା ସଂଘର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ , କନକପୁର ଯୋନର ସଭାପତି ବ୍ରଜକିଶୋର ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ର ନାଥ ଚୌଧୁରୀ , ଅକ୍ଷୟ କୁମାର ଦାସ , ସାରଦା ପ୍ରସାଦ ଚଇନି, ରାଜକିଶୋର ଦାଶ , ଧୀରେନ୍ଦ୍ର ବିଶ୍ୱାଳ , ବଂଶୀଧର ଶତପଥୀ , ରଞ୍ଜନ ଖୁଣ୍ଟିଆ , ରମେଶ ଚନ୍ଦ୍ର କୁଆଁର , ନିର୍ମଳ ଚନ୍ଦ୍ର ସାହୁ, ସାରଦା ଶତପଥୀ , ବିଷ୍ଣୁ ଚରଣ ମୁଦୁଲି, ପବିତ୍ର ମିଶ୍ର , ଯଦୁମଣି ଦାସ , ଶତ୍ରୁଘ୍ନ ସ୍ୱାଇଁ , ମନୋଜ କୁମାର ବେହେରା ,, ଭଗବାନ ଦାସ ଓ ସୁରେନ୍ଦ୍ର ସେଠି ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ସଙ୍ଘୀୟ ବ୍ୟବସ୍ଥା କୁ ସୁଦୃଢ଼ କରିବା ସହିତ, ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟସଂଘ ତରଫରୁ ଦିଆ ଯାଇଥିବା ସମୂହଦାବୀ ପୂରଣ ନିମନ୍ତେ ଦାବୀ କରିଥଲେ । ଏହି ଅବସରରେ ଜିଲ୍ଲାର ବହୁ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସଂଘର କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା ! ପରିଶେଷରେ ଦୁର୍ଯ୍ୟୋଧନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

nis-ad
Leave A Reply

Your email address will not be published.