କେନାଲ ରେ ଭାସୁଛି ବୃଦ୍ଧଙ୍କ ମୃତ ଦେହ…

ମାଲକାନଗିରି : ଆଜି ସକାଳ ୭ଟା ସମୟରେ ମାଲକାନଗିରି ମୁଖ୍ୟ କେନାଲରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ଶୌଚ କରୁଥିବା ସମୟରେ କେନାଲ ମଧ୍ୟରେ ଏକ ଶବ ରହିଥିବା ଦେଖି ନିକଟସ୍ଥ ବସ୍ତିରେ ଖବର ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ କେନାଲ ନିକଟରେ ଲୋକାରଣ୍ୟ ହେଇ ଯାଇଥିଲେ । କିଛିବ୍ୟକ୍ତି ପୋଲିସଙ୍କୁ ଖବର ଦେଇଥିଲେ । ଖବର ରୁ ପ୍ରକାଶ ବ୍ୟକ୍ତି ଜଣକ ସ୍ଥାନୀୟ ବୁଟୁଗୁଡା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାଁ ଯୁଧିଷ୍ଠିର ନାୟକ ବୟସ ପ୍ରାୟ ୬୮ବର୍ଷ ହୋଇଥିବା ବେଳେ ତାଙ୍କର ଦୁଇ ସନ୍ତାନ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଛି ଘଟଣା ବିଷୟରେ ତଦନ୍ତ ଜାରୀ ରଖିଛନ୍ତି ।

nis-ad
Leave A Reply

Your email address will not be published.