ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ ଜିଆର କେଶ ନଂ.୨୧୪/୦୮ ପ୍ରକାରେ ଏବଂ ସୁବର୍ଣ୍ଣଗିରି ଗ୍ରାମର ଆନନ୍ଦ ଚନ୍ଦ୍ର ବେରୁକ ଓରଫ ଟୁନା କେଶ ନଂ.୩୭/୧୪ ପ୍ରକାରେ ବୈବାହିକ ଜୀବନରେ ଗଣ୍ଡଗୋଳ ମାମଲା ରେ ସମ୍ପୃକ୍ତି ରହି ଦୀର୍ଘ ଦିନ ହେଲା କୋର୍ଟ ରେ ହଜାର ନହୋଇ ଫେରାର ରହିଥିଲେ l କୌଣସି ସୂତ୍ରରୁ ଖବର ପାଇ ଏହି ଦୁଇ ଜଣକୁ କୋଟଗଡ ପୁଲିସ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.