ରାଜମିସ୍ତ୍ରୀକୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସର ହାତ ଖାଲି

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀ କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସ ର ହାତ ଖାଲି ରହିଛି.। ପ୍ରଶାନ୍ତ କୁ ଶନିବାର ରାତିରେ ନିର୍ମାଣ କୋଠା କୁ ଡାକି ମୁହଁ, ବେକ ଓ ନାକକୁ ଧାରୁଆ କାତିରେ ହଣାଯାଇ ବେକରେ ଶାବଳ ଭୁସି ହତ୍ୟା କରିଦିଆଯାଇଥିଲା ଏହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବାଲିଗୁଡା ସହର ମଧ୍ୟରେ ଏଭଳି ବିବତ୍ସ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବଧ କରିଦେଇଥିଲା । ଏହି ଘଟଣା ରେ ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ତଦନ୍ତ ଭାର ନେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ତେବେ ପ୍ରଶାନ୍ତଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ଏନେଇ ଘଟଣା ର ତିନି ଦିନ ବିତିଥିବା ବେଳେ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା କିମ୍ବା ବଚସାରୁ ତାଙ୍କୁ ଏଭଳି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥାଇପାରେ ବୋଲି ପାରିପାର୍ଶ୍ଵକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ କହିଥିଲା । ଏ ସମ୍ପର୍କ ରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ତଦନ୍ତ ଚାଲିଛି, ଏହି ଘଟଣା ରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।

nis-ad
Leave A Reply

Your email address will not be published.