ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅପରେଶନଙ୍କ ମାଲକାନଗିରି ଗସ୍ତ…

ମାଲକାନଗିରି,୨୩।୧ : ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଅପରେଶନ) ଦେବଦତ୍ତ ସିଂ ଦୁଇ ଦିନିଆ ମାଲକାନଗିରି ଗସ୍ତ କରି ମାଓଗଡ଼ ତୁଳସୀ ପାହାଡ଼ ଓ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ବିଏସଏଫ ଅଧିକାରୀ ଓ ପୁଲିସ ଅଧିକାରୀ ଙ୍କ ସହିତ ସମୀକ୍ଷା କରିଛନ୍ତି। ଗତ କାଲି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ରେ ପହଁଚି ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଜିଲ୍ଲାପାଳ ଵିଶାଲ ସିଂ ଏସପି ନିତେଶ ୱାଧାନୀ ,ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ନକ୍ସଲ ପ୍ରବଣ ଅଞ୍ଚଳ କୁ ନେଇ ଜିଲ୍ଲାର ସାମଗ୍ରିକ ଦୃଶ୍ୟ ଉପରେ ଆଲୋଚନା କରିଥିଲେ | ସୀମାନ୍ତବର୍ତ୍ତୀ ଓ ମାଓ ପ୍ରବଣ ଅଞ୍ଚଳରେ କୂମ୍ବିଂ ଅପରେଶନ କୁ ସୁଦୃଢ଼ ନେଇ ସମୀକ୍ଷା କରିବା ସହିତ ମାଓଦମନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ | ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଗୋରାସେତୁ ଓ ହନ୍ତଲଗୁଡା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବିଏସଏଫ ଯବାନ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଯୋଡାମ୍ବୋ ଓ ପାପର ମେଟଲା ଥାନା ପରିଦର୍ଶନ କରି ପୋଲିସ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ |ଆଜି ଛତିଶଗଡ଼ ସୀମାନ୍ତ ମାଥିଲି ଥାନାସ୍ଥ ତୁଳସୀ ପାହାଡ଼ ଗସ୍ତ କରି ସେଠାରେ ମୁତୟନ ବିଏସଏଫ ଯବାନ ମାନଙ୍କ ସହିତ ମାଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ଓଡିଶା ପୋଲିସ୍ ଦ୍ୱାରା ଏକ ଜନସମ୍ପର୍କ ଶିବିର ନାଗରିକ କାର୍ଯ୍ୟକ୍ରମର ଉଦଘାଟନ କରି ଗ୍ରାମ ବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ ।

nis-ad
Leave A Reply

Your email address will not be published.