ଗଞ୍ଜାମ ଜିଲ୍ଲାର ୩ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ଜିଲ୍ଲାରୁ ବଦଳି ହେବେ କେବେ..?

ବାବୁ ମାନେ କାହାର ଗେଲ୍ହା ପୁଅ…!!


ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଆଇ.ଏ ଏସ., ଆଇ.ପି.ଏସ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଇତି ମଧ୍ୟରେ ବଦଳି କରାଯାଇଛି, ଯାହାକି ସରକାରୀ ନିୟମ ଅନୁସାରେ ଯେଉଁ ବାବୁ ମାନଙ୍କ ୩ ବର୍ଷ ରୁ ଅଧିକା ଗୋଟିଏ ଜିଲ୍ଲାରେ ହୋଇଛି ସେହିମାନଙ୍କୁ ବଦଳି କରାଯାଇଛି । କିନ୍ତୁ ତାହାର ବ୍ୟତିକ୍ରମ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଏଠି ଦୀର୍ଘ ବର୍ଷ ହେଲା କିଛି ଓ.ଏ.ଏସ ଅଧିକାରୀ ଓ କେତେକ କିରାଣୀ ଓ ଷ୍ଟେନୋ କୋଳିଖାଇ ମଞ୍ଜି ପୋତି ରହିଛନ୍ତି। ଏହି ବାବୁ ମାନେ କୁଆଡେ ଶାସକ ଦଳର ଯୋଗାଡ଼ ଯନ୍ତ୍ର ଅଧିକାରୀ ଭାବେ ଏମାନେ ଏଠାରେ ରାଜ କରି ନିଜର ଚୌକି ଜାବୁଡ଼ି ଧରିଛନ୍ତି, ବୋଲି ଚର୍ଚ୍ଚା ହେଉଛି। ଏ ବ୍ଲକ ରୁ ସେ ବ୍ଲକ, ଏହି ଅଫିସ କୁ ସେହି ଅଫିସ କୁ ତୃତୀୟ ମହଲା କୁ ହାତବାରିସୀ କରି ବାବୁ ମାନେ ଗଞ୍ଜାମ ପାଣି ପାଗ ସହ ଖାପ ଖୁଆଇ ଦୀର୍ଘ ବର୍ଷ ରହି ଜଣେ ଜଣେ କୁବେର ପାଲଟିଥିବା ମଧ୍ୟ ଚର୍ଚ୍ଚା ହେଲାଣି। ବାବୁ ମାନଙ୍କୁ ଏବେ ବିରୋଧୀ ଦଳ ମାନେ ଶାସକ ଦଳର ଯୋଗାଡ଼ ଯନ୍ତ୍ର ଅଧିକାରୀ ବୋଲି ଆଖ୍ୟା ଦେଇଛନ୍ତି।ସାରା ରାଜ୍ୟରେ ଏବେ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ଜିଲ୍ଲା ବାହାର କୁ ବଦଳି କରଯାଉଛି। କିନ୍ତୁ ଏଠିକାର ଦୀର୍ଘ ବର୍ଷ ହେଲା ଅବସ୍ଥାପିତ ହୋଇଥିବା ବାବୁଙ୍କୁ ଆଗାମୀ ନିର୍ବାଚନ ରେ ଶାସକ ଦଳରେ ଲାଗିଥିବା ଗୋଷ୍ଟି କନ୍ଦଳ କୁ ସମାଧାନ କରିବା ପାଇଁ ବଦଳି ହୋଇନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିଛି ବାବୁ ମାନେ ସରକାରୀ କାର୍ଯ୍ୟ ଛାଡି ରୁଦ୍ଧ କୋଠରୀ ରେ କର୍ମୀ ଓ ନେତାମାନଙ୍କୁ ନେଇ ଆଲୋଚନା କରୁଥିବା ନଜର କୁ ଆସିଲାଣି l ଯାହାକି ଉପର ମହଲାରୁ ନିର୍ଦେଶ ଆସିଛି ବୋଲି ବାବୁ ମାନେ କହିଲେଣି l ଏହାର ଫାଇଦା ନେଇ ବାବୁ ମାନେ ଦୀର୍ଘ ବର୍ଷ ହେଲା ଜିଲ୍ଲାର ପାଣି ପବନ ଓ ନେତାଙ୍କ ନିକଟର ହୋଇଥିବା ଯୋଗୁଁ ଶାସକ ଦଳର ଦକ୍ଷ ସଂଗଠକ କୁ ଟିକେଟ ଦେବା ବାହାନା ରେ କେଉଁ କେଉଁ ବାବୁ ଭୋଜି ଭାତର ଯୋଗାଡ଼ ଯନ୍ତ୍ର କରୁଥିବା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ରହିଲା ପରେ ଆଗାମୀ ନିର୍ବାଚନ ରେ ସୁରୁଖୁରୁରେ ନିର୍ବାଚିତ ହୋଇ ପାରୁଥିବା ନେତା ଙ୍କ ନାମ ସୁପାରିଶ କରିବାକୁ ନେତା ମାନେ ବାବୁ ମାନଙ୍କ ଆଗ ପଛ ହେଉଥିବା ମଧ୍ୟ ଲକ୍ଷ କରାଯାଇଛି। ଏବେ ଗଞ୍ଜାମ ଜିଲ୍ଲାରେ କୋଳିଖାଇ ମଞ୍ଜି ପୋତିଥିବା ବାବୁ ମାନଙ୍କ ହାତରେ ନେତା ମାନଙ୍କ ଭାଗ୍ୟ ଝୁଲି ରହିଛି ବୋଲି ଚର୍ଚ୍ଚା ହେଲାଣି। ବାବୁ ମାନଙ୍କ ଆଗ ପଛ ହେଉଥିବା କିଛି ଷ୍ଟେନୋ ମଧ୍ୟ ଏହାର ଫାଇଦା ନେଇ ଅବସର ପରେ ବି ନିଜ ଚୌକି ଛାଡ଼ୁନଥିବା ଅନେକ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଲେ ବି ଜିଲ୍ଲା ପ୍ରଶାସନ ଚୁପ ବସିଛି ଯାହାକି ଏହି ମାନେ କୁଆଡେ ବାବୁ ମାନଙ୍କ ପି ସି କାରବାର ର ମାଧ୍ୟମ ବୋଲି ଚର୍ଚ୍ଚା ହେଉଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ରାଜନୈତିକ ପାଣି ପାଗ ଆଉ ଆଗ ପରି ନାହିଁ ମୁଖ୍ୟତଃ ଆସିକା, କବିସୂର୍ଯ୍ୟନଗର, ଗୋପାଳପୁର, ଖଲ୍ଲିକୋଟ, ଦିଗପହଣ୍ଡି ଓ ଛତ୍ରପୁର ଅବସ୍ଥା ଶାସକ ଦଳ ପାଇଁ ଠିକ ଚାଲିନି ତେଣୁ କୁଆଡେ ଏହି ୩ ପ୍ରଶାସନିକ ଅଧିକାରୀ ( ଓ. ଏ. ସ ) କୁଆଡେ ଟିକଟ ପାଇବା ଲବିରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ନଚେତ କିଛି ନେତାଙ୍କୁ ଟିକଟ କରାଇଦେବା ନାମ ରେ ଲୁଟିବା ବି ଆରମ୍ଭ କଲେଣି ବୋଲି ଚାହା ଖଟିରେ ଆଲୋଚନା ହେଉଛି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଦାବି ରଖିଲେଣି l ସମସ୍ତ ଅଫିସର ଙ୍କ ବଦଳି ହେଲା କିନ୍ତୁ ଏହି ତିନି ଅଧିକାରୀ କାହା ଛତ୍ର ଛାୟା ତଳେ ରହି ଜିଲ୍ଲା କୁ ଲୁଟୁଛନ୍ତି ବୋଲି ଅଭିଯୋଗ ଆସୁଛି l ବ୍ରହ୍ମପୁର ବି ଏମ ସି ର ଷ୍ଟେନୋ ଅବସର ପରେ ବି ନିଜ ଚୌକି ଛାଡି ବାକୁ ନାରାଜ ସେ ଦୀର୍ଘ ଦିନ ହେଲା ଅବସର ନେଲେଣି କିନ୍ତୁ ବାବୁଙ୍କ ପ୍ରତି ଏତେ ଉଦାର କାହିଁକି କମିଶନର ଙ୍କ ତାଙ୍କୁ ଦରମା କାହା ପକେଟ ରୁ ଯାଉଛି ବୋଲି ସନ୍ଦେହ ଉଙ୍କି ମାରୁଛି ତେଣୁ ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବା ସହିତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲ ରୁ ଅନୁରୋଧ କରାଯାଇଛି l

nis-ad
Leave A Reply

Your email address will not be published.