ବ୍ରାହ୍ମଣୀଗାଁ ଉତ୍ସଵ ମୁଖର , ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ମହୋତ୍ସବକୁ ଭବ୍ୟ ସ୍ଵାଗତ

ଦାରିଙ୍ଗବାଡି,୨୨/୧ : ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଦେଶ ବ୍ୟାପି ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସର ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ର ହିନ୍ଦୁସମାଜ ପକ୍ଷରୁ ଏହି ମହୋତ୍ସବ କୁ ଧୁମ୍ ଧାମରେ ପାଳନ କରଯାଇଛି, ବ୍ରାହ୍ମଣୀଗାଁ ସହର ଉତ୍ସବ ମୁଖର ହୋଇ ଉଠିଛି, ପ୍ରତି ଘର ପ୍ରାଙ୍ଗଣ ରେ ଝୁଟି କାଟି ,କଳସ ଚଉଁରା ସ୍ଥାପନ କରି ଦୀପ ଜଳାଇ ଅଯୋଧ୍ୟା ରେ ଆୟୋଜିତ କାର୍ଯ୍ୟକ୍ରମ କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଅବସରରେ ନବ ପାଇକ ସାହିରେ ନିର୍ମିତ ତ୍ରିନାଥ ମଣ୍ଡପ ପ୍ରତିଷ୍ଠା କରାଯିବା ସହ ୧୯୯୨ ମସିହା ଡ଼ିସେମ୍ବର ୬ତାରିଖ ରେ ଏହି ଅଞ୍ଚଳରୁ ଅଯୋଧ୍ୟାରେ ଯୋଗ ଦେଇଥିବା କର ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ସୋମବାର ଦିନ ପ୍ରଭାତ ରୁ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଗଙ୍ଗା ଜଳ ପୂର୍ବକ ବନ୍ଧରୁ ପାଣି କାଢ଼ି କଳସ ଯାତ୍ରା ରେ ସ୍ଥାନୀୟ ତ୍ରିନାଥ ମଣ୍ଡପ ପର୍ୟ୍ୟନ୍ତ ଯାଇଥିଲେ ସେଠାରେ ହନୁମାନ ଚାଳିଶା, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ସାମୂହିକ ନଗର ପରିକ୍ରମା କରାଯାଇ ଥିଲା, ସମସ୍ତ କାର୍ଯ୍ୟକ୍ରମ ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇ ଥିବା ବେଳେ ଯୁବ ସଙ୍ଘ ଓ ଆର୍ ଏସ ଏସ ର କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ତହସିଲଦାର ଶରତ ଶବର ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ନେତୃତ୍ବ ରେ ସୁରକ୍ଷା କର୍ମୀ, ପୋଲିସ୍ ବାହିନୀ ଓ ଗୃହରକ୍ଷୀ ମୂତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

nis-ad
Leave A Reply

Your email address will not be published.