ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଉମରକୋଟ ରାମମନ୍ଦିରରେ ବିଶାଳ ସମାରୋହ…

ଉମରକୋଟ : ଦୀର୍ଘ ୫୦୦ବର୍ଷ ପ୍ରତୀକ୍ଷାର ସମସ୍ତ ପ୍ରକାର ଜଳ୍ପନା କଳ୍ପନାର ସମାପ୍ତ ଘଟିଛି | ସମଗ୍ର ଭାରତ ବର୍ଷ ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ | ଏହି ଉପଲକ୍ଷେ ଆଜି ସକାଳ ଠାରୁ ଉମରକୋଟର ସମଗ୍ର ଅଞ୍ଚଳବାସୀ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ପ୍ରହର ନାମ କୀର୍ତ୍ତନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶାଳ ଶୋଭାଯାତ୍ରାରେ ଭାଗ ନେଇଥିଲେ | ଏଥିରେ ଉମରକୋଟ, ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ରୁ ବହୁ ନାମକୀର୍ତ୍ତନ ଦଳ ସହ ହଜାର ହଜାର ଭକ୍ତ ସମାଗମ ହୋଇ ଶ୍ରୀ ରାମ ଚନ୍ଦ୍ରଙ୍କ ପୂଜା ଅର୍ଚ୍ଚନା କରିବା ସହ ନାଚ ଗୀତରେ, ଆନନ୍ଦ ଉଲ୍ଲାସରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ | ଉମରକୋଟ ସହରବାସି, ସମସ୍ତ ପଞ୍ଚାୟତ, ଗ୍ରାମର ସମସ୍ତ ମନ୍ଦିରରେ ନାମକୀର୍ତ୍ତନ ସହ ଧୂପ ଦୀପ ଜାଳି ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇ ଥିଲା | ଉମରକୋଟ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ, ବଜରଙ୍ଗ ଦଳ, ମାଁ ଦୁର୍ଗା ବାହିନୀ ସଂଘ, ସହ ଉମରକୋଟ ସହରର ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ସହ ବିଧାୟକ ଯୋଗଦାନ କରି ଉତ୍ସବ କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.