ଦୁର୍ମୂଲ୍ୟ ରତ୍ନ ପିନ୍ଧିଛନ୍ତି ଭଗବାନ ରାମଲଲ୍ଲା…

ram2

ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି । ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର ବ୍ୟବହାର କରାଯାଇଛି ଏବଂ ବଜାରରେ ଏହି ରତ୍ନର ମୂଲ୍ୟ କେତେ ।

ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଧ୍ୟାନର ସହ ଦେଖିଲେ ଆପଣ ଜାଣିପାରିବେ ଯେ ତାଙ୍କୁ ସଜାଇବା ପାଇଁ ଅତ୍ୟନ୍ତ ଦିବ୍ୟ ଓ ଦୁର୍ମୂଲ୍ୟ ଅଳଙ୍କାର ବ୍ୟବହାର କରାଯାଇଛି । ଉଦାହରଣ ସ୍ୱରୂପ, ସୁନାରେ ନିର୍ମିତ ମୁକୁଟ ମଝିରେ ଏକ ପାନା ରତ୍ନ ଏବଂ ମୁଣ୍ଡରେ ହୀରା ବ୍ୟବହାର କରାଯାଇଛି । ସେହିପରି ଭଗବାନ ଶ୍ରୀରାମଙ୍କ ମଥାରେ ଲାଗିଥିବା ତିଳକ ହୀରା ଓ ରୁବିରେ ନିର୍ମିତ । କାନର କୁଣ୍ଡଳରେ ମୋତି, ପାନା ଓ ରୁବି ବ୍ୟବହାର କରାଯାଇଛି। ବେକରେ ଲାଗିଥିବା ହାରରେ ପାନା, ରୁବି, ମୋତି ଓ ହୀରା ମଧ୍ୟ ବ୍ୟବହୃତ ହୋଇଛି। ଏହାବ୍ୟତୀତ ଭଗବାନ ଶ୍ରୀରାମଙ୍କୁ ଆହୁରି ଅନେକ ଅଳଙ୍କାରରେ ସଜ୍ଜିତ କରାଯାଇଛି।

ଏବେ ଆସନ୍ତୁ ଜାଣିବା ରାମଲଲ୍ଲା ପିନ୍ଧିଥିବା ରତ୍ନର ମୂଲ୍ୟ କେତେ ହେବ । ରାମଲଲ୍ଲା ସମୁଦାୟ କେତେ ଟଙ୍କାର ଆଭୂଷଣ ପିନ୍ଧିଛନ୍ତି ତାହା କହିବା ସହଜ ନଥିଲେ ବି ଆମେ ସେଗୁଡ଼ିକ ଦର ବିଷୟରେ ଅନୁମାନ ଲଗାଇପାରିବା । ଜେମପଣ୍ଡିତ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ  ୧.୦୩ କ୍ୟାରେଟ୍ ପାନ୍ନା ବା ଏମରାଲ୍ଡର ମୂଲ୍ୟ ୭୧,୯୦୦ ଟଙ୍କା। ସେହିପରି ୧.୨୧ କ୍ୟାରେଟ୍ ରୁବିର ମୂଲ୍ୟ ୧୪,୬୦୦ ଟଙ୍କା ରହିଛି । ହୀରା ବିଷୟରେ କହିବାକୁ ଗଲେ ମାଇରତ୍ନ ଡଟକମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ କ୍ୟାରେଟ ହୀରାର ମୂଲ୍ୟ ଅଢେଇ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହୋଇପାରେ । ସେହିପରି କିଛି ହୀରାର ଦାମ୍ ଆହୁରି ଅଧିକ ରହିଛି। ମୋତି ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ତେବେ କିଛି ମୋତିର ଦାମ୍ ଆହୁରି ଅଧିକ ରହିଛି। ସେହି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତିକୁ କୋଟି କୋଟି ଟଙ୍କାର ଅଳଙ୍କାରରେ ସଜ୍ଜିତ କରାଯାଇଛି।

nis-ad
Leave A Reply

Your email address will not be published.