ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଲା ମାଲକାନଗିରି ସହର…

ମାଲକାନଗିରି : ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳ ଚଞ୍ଚଳ ଓ ରାମମୟ ହୋଇ ଯାଇଛି ପୁରା ଦେଶ । ବିଭିନ୍ନ ସ୍ଥାନରେ ଲୋକେ ଜୟ ଶ୍ରୀରାମ ନାରା ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ପୂଜାର୍ଚ୍ଚନା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ରାମ ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଜିଲ୍ଲାରେ ବିଭିନ୍ନ ମନ୍ଦିର ରେ ରାମ ଓ ହନୁମାନ ଙ୍କ ଚିତ୍ର ଥିବା ଧ୍ବଜା ଉଡିବା ସହ ସମ୍ପୂର୍ଣ ସହର ଏହି ଧ୍ୱଜରେ ଝଲସୁଛି। ହଜାର ହଜାର ରାମ ଭକ୍ତ ରାମ ଭଜନ ର ତାଳେ ତାଳେ ସହର ପରିକ୍ରମା କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଜିଲ୍ଲାରେ ଥିବା ବିଭିନ୍ନ ରାମ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ପିଲାଠାରୁ ବୟସ୍କ ସମସ୍ତେ ରାମ ନାମ ଜପୁଥିବା ସହ ପୂଜାର୍ଚ୍ଚନା କରୁଥିବା ବେଳେ ଭକ୍ତଙ୍କ ପାଇଁ ମନ୍ଦିର ଓ ବିଭିନ୍ନ ସଂଗଠନ ପକ୍ଷରୁ ଅନ୍ନ ପ୍ରସାଦ ଏବଂ ବିଭିନ୍ନ ଭୋଗର ବ୍ୟବସ୍ଥା କରାଯାଇଛି । ଲୋକେ ଆଜିର ଏହି ଦିନକୁ ଅବିସ୍ମରଣୀୟ କରିବା ପାଇଁ ମନସ୍ଥ କରିବା ସହ ପ୍ରଭୁ ଶ୍ରୀ ରାମଙ୍କ ସ୍ୱାଗତରେ ନିଜକୁ ମସଗୁଲ କରିଥିବା ଦେଖିବାକୁ ମିଳିଛି । ସେହପରି ସନ୍ଧ୍ୟାରେ ଲୋକେ ନିଜ ଘରେ ଦୀପ ଜଳି ଦୀପ ଉତ୍ସବ ପାଳନ କରିଛନ୍ତି ।

nis-ad
Leave A Reply

Your email address will not be published.