ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାଜନଗର ଭକ୍ତଙ୍କ ଜୟ ଶ୍ରୀରାମ ଧ୍ଵନୀରେ ମୁଖରିତ

ରାଜନଗର : ଦୀର୍ଘ ପାଞ୍ଚଶହ ବର୍ଷ ପରେ ହିନ୍ଦୁ ସନାତନ ଧର୍ମାବଲମ୍ବୀ ଭକ୍ତଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିଲା। ଆଜିଐତିହାସିକ ଵିଜୟର ସ୍ମାରକ ସ୍ବରୂପ ରାମ ଜନ୍ମ ଭୂମି ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏଥିପାଇଁ ସାରା ଦେଶ ସମେତ ଓଡିଶାରେ ଜୟଶ୍ରୀରାମ ଧ୍ଵନୀ ସହିତ ହୋମ ଯଜ୍ଞ ନାମ ସଂକୀର୍ତ୍ତନ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ସଦର ମହକୁମା ସମେତ ଗ୍ରାମାଞ୍ଚଳର ଗଳିକନ୍ଦିରେ ଘରେ ଘରେ କଳସ ବସାଇ ଦୀପଦାନ କରି ଜୟଶ୍ରୀରାମ ବସ୍ତ୍ର ଓ ଉତ୍ତରୀୟ ପରିଧାନ କରି ହୋମ ଯଜ୍ଞ ନାମ କୀର୍ତ୍ତନରେ ମାତି ଧାର୍ମୀକ ପରିବେଶ ସୃଷ୍ଟି କରିଛନ୍ତି । ଏଥିପାଇଁ ଧର୍ମୀୟ ଅନୁଷ୍ଠାନ – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଶ୍ଵହିନ୍ଦୁ ପରିଷଦ ରାଜନଗର ଵ୍ଲକ ଶାଖା, ଅଭିରାମ ପରମହଂସ, ମହିମା ଅଲେଖ ଧର୍ମ, ଇସ୍କନ ଏଣ୍ଡୁଳାପୁରୁଙ୍କ ନେତୃତ୍ୱରେ ସାନଵଡ ଗୋପାଳପୁରୁ ସ୍ବୟଂସେବକ ସଂଘ କାର୍ଯ୍ୟାଳୟ ଠାରୁ ଏବଂ ଦାଣ୍ଡି ହନୁମାନ ମନ୍ଦିର , କେରଡାଗଡ, ଜରିମୂଳ, ସାତଭାୟା ,ଇସ୍କନ ମନ୍ଦିର ଠାରୁ ହଜାର ହଜାର ନରନାରୀ ଜୟଶ୍ରୀରାମ ଧ୍ଵନୀ ସାଙ୍ଗକୁ ହରିଵୋଲ ହୁଳହୁଳି ସଂକୀର୍ତ୍ତନ କରି ରାମରଥକୁ ବିରାଟ ଶୋଭାଯାତ୍ରାରେ ଵଜାର ପରିକ୍ରମା କରି ରାଜନଗର ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହି ପରିବେଶ ରାଜନଗରକୁ ଶ୍ରୀରାମଙ୍କ ଭାବମୟ ସୃଷ୍ଟି କରିଥିଲା। ଜାତିଧର୍ମ ବର୍ଣ୍ଣ ଦଳଗତ ନିର୍ଵିଶେଷରେ ସମସ୍ତେ ଯେମିତି ରାମଚେତନାରେ ଉଦବୁଦ୍ଧ ହୋଇ ପବିତ୍ର ସନାତନ ଧର୍ମର ସୁରକ୍ଷାରେ ମାତି ଉଠି ରାଜନଗର ଅଞ୍ଚଳର ଜଳବାୟୁକୁ ଏକାକାର କରିଦେଇଥିବା ଜଣାପଡୁଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ସଂପ୍ରଦାୟର ସାଧୁ ସନ୍ଥ ମାନେ ଯୋଗଦେଇଥିଲେ। ଏହା ଏକ ଦଳୀୟ କାର୍ଯ୍ଯକ୍ରମ ନହୋଇ ଭକ୍ତିଭାବନା ଆଧାରରେ ଅନୁଷ୍ଠିତ ହୋଇଥିବାରୁ ସଵୁ ଶ୍ରେଣୀର ଲୋକ ଏଥିରେ ସମ୍ପୃକ୍ତ ଥିବା ଦେଖାଦେଇ ଅଛି। ଶାନ୍ତି ଶୃଙ୍ଖଳା ଭାବେ ଶୋଭା ଯାତ୍ରା ସମ୍ପନ୍ନ ହୋଇଥିବା ଵେଳେ ଜନଗହଳିକୁ ଆଖିଆଗରେ ରଖି ଆଇଆଇସି ଶ୍ରୀ ଅଜୟ କୁମାର ଜେନା ଅଧିକ ପୋଲିସ ମଗାଇ ନିଜେ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଶୋଭାଯାତ୍ରାକୁ ବହୁତ ଶୃଙ୍ଖଳିତ ଭାଵେ ପରିଚାଳନା କରିଥିଲେ।ପ୍ରକାଶ ଥାଉକି 1528ମସିହା ଠାରୁ 2023ପର୍ଯ୍ୟନ୍ତ ଅସରନ୍ତି ବାଦବିବାଦରେ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ପୂର୍ଣ୍ଣ ଛେଦ ପଡିଛି। ଵିବାଦୀୟ ବାବ୍ରୀ ମସଜିଦ୍ ସ୍ଥଳିରେ “ଶ୍ରୀରାମ”ପୂଜା ପାଇବେ ଵୋଲି ସୁପ୍ରିମ କୋର୍ଟ ଦେଲେ ଐତିହାସିକ ରାୟ। କୋଟି କୋଟି ଭକ୍ତଙ୍କ ଆଖିରୁ ଝରିଲା ଆନନ୍ଦାଶ୍ରୁ। ସାରା ଦେଶରେ ରାମ ଭକ୍ତ ପାଳିଲେ ଅଦିନ ଦୀପାବଳି। ରାମଲାଲ ଆଜି ସ୍ବ ସ୍ଥାନରେ ବିରାଜମାନ କରି ପ୍ରାଣ ପ୍ରତିଷ୍ଠା ହୋଇଛନ୍ତି। ଆନନ୍ଦ, ଭକ୍ତି ଭାବରେ ଉଛୁଳୁଛି ଧର୍ମନଗରୀ ଅଯୋଧ୍ୟା ସମେତ ଓଡିଶାର କୋଣ ଅନୁକୋଣ ରାଜନଗର ମଧ୍ୟ ସେଥିରୁ ବାଦ ପଡିନାହିଁ।

nis-ad
Leave A Reply

Your email address will not be published.