ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରର ହସ୍ତକ୍ଷେପ – ବରିଷ୍ଠ ନାଗରିକଙ୍କୁ ଗ୍ୟାସ ବିତରକ ଯୋଗାଣ କରିଲା ରିଫିଲ୍ ଗ୍ୟାସ…

ବ୍ରହ୍ମପୁର : ପ୍ରକାଶଥାଉକି, ବହୁ ମାସ ଧରି ବ୍ରହ୍ମପୁର ବାସିନ୍ଦା ତଥା ବରିଷ୍ଠ ନାଗରିକ ଶ୍ରୀ ଏସ୍. ଏନ୍. ପାଣିଗ୍ରାହୀଙ୍କୁ ଇଷ୍ଟଦିପ ଇଣ୍ଡେନ୍ ଗ୍ୟାସ୍ ବିତରକ ଠାରୁ କେବଳ ମୋବାଇଲ ରେ ମେସେଜ ପାଉଥିଲେ କିନ୍ତୁ ରିଫିଲ୍ ଗ୍ୟାସ ଯୋଗାଣ ହେଉନଥିଲା । ବହୁବାର ଅଭିଯୋଗ ପରେ ବି ଉକ୍ତ ଗ୍ୟାସ ବିତରକ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲେ । ସଠିକ୍ ସମୟରେ ରିଫିଲ୍ ଗ୍ୟାସ ନ ପାଇ ଗ୍ୟାସ ଉପଭୋକ୍ତା ବହୁ ବାଧାବିଘ୍ନ ସମ୍ମୁଖୀନ ହୋଇଆସୁଥିଲେ । ଉପଭୋକ୍ତା ଶ୍ରୀ ଏସ୍.ଏନ.ପାଣିଗ୍ରାହୀ ଉପଭୋକ୍ତା ପରାମର୍ଶ କେନ୍ଦ୍ର କୁ ଅନଲାଇନରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାର ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର, ବ୍ରହ୍ମପୁର ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ର ମିଳିତ ହସ୍ତକ୍ଷେପ କରିବାପରେ ଉକ୍ତ ଇଷ୍ଟଦୀପ ବିତରକ ଶ୍ରୀ ପାଣିଗ୍ରାହୀ ଙ୍କ ଘରକୁ ନେଇ ରିଫିଲ୍ ଗ୍ୟାସ ସିଲିଣ୍ଡର ଯୋଗାଣ କରିଛି ।

nis-ad
Leave A Reply

Your email address will not be published.