ବାଇକ୍ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର…

ଦାରିଙ୍ଗବାଡି,୨୨/୧, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ବୁଡ଼ାଗୁଡ଼ା ଛକରେ ବାଇକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛି । ମୃତକ ଜଣକ ହେଲେ ମୁଣ୍ଡାନାଜୁ ଗ୍ରାମର ଆଇବ ପ୍ରଧାନ(୩୦) ହୋଇଥିବା ବେଳେ ଗୁରୁତର ଜଣକ ହେଲେ ବାସାବାଡ଼ି ଗ୍ରାମର ଦୀପକ ପ୍ରଧାନ (୨୨)। ସୂଚନା ମୁତାବକ, ମୁଣ୍ଡାନାଜୁ ଗ୍ରାମର ଆଇବ ପ୍ରଧାନ ବୁଡ଼ାଗୁଡ଼ା ଛକ ରାସ୍ତା କଡ଼ରେ ନିଜର ପୋଲସର୍ ବାଇକ୍ ଉପରେ ବସି ମୋବାଇଲରେ କଥା ହଉଥିଲେ। ହେଲେ ଏହି ସମୟରେ ବାସାବାଡ଼ି ଗ୍ରାମର ଦୀପକ କୌଣସି କାମରେ ସିମନବାଡ଼ି ଆସି ସନ୍ଧ୍ୟା ସାଢେ ୭ ଟା ସମୟରେ ଗାଁ କୁ ଫେରିବା ବେଳେ ବୁଡ଼ାଗୁଡ଼ା ଛକରେ ବାଇକ୍ ଉପରେ ବସିଥିବା ଆଇବ କୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଆଇବ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୀପକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଘଟଣା ସ୍ଥଳରୁ ୨ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତି କରିଥିଲେ । ଡାକ୍ତର ଆଇବ ପ୍ରଧାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୀପକ ପ୍ରଧାନ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ପୋଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ହେଲେ ଆଜି ଶବ ବ୍ୟବଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତ ଜରିଥିବା ଥାନା ପକ୍ଷରୁ ସୂଚନା ରହିଛି।

nis-ad
Leave A Reply

Your email address will not be published.