“ଅନୁବାଦ କେବଳ ସାହିତ୍ୟ ନୁହଁ ଦୈନିକ ଜୀବନର ଉପଚାରଟିଏ”

“ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ମାସିକ ଆସର ପଞ୍ଚମ ଅର୍ଘ୍ୟ ଅନୁଷ୍ଠିତ”

ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ପଞ୍ଚମ ମାସିକ ଆଭାସୀକବିତା ଆସର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଆସରରେ ମୁଖ୍ୟ ଅତିଥି ଭାବେବେଙ୍ଗାଳୁରୁରୁ ଗାଳ୍ପିକା ତଥା ଆଇନଜୀବୀ ଶ୍ରୀମତୀ ବିଶ୍ୱ ଭାରତୀ ଦାଶ ଯୋଗଦେଇ ଥିଲେ। ସମ୍ପ୍ରତି ସାହିତ୍ୟରେ ଅନୁବାଦ ଗଳ୍ପର ଭୂମିକା ଉପରେ ଆଲୋଚନା କରିବା ସହ ଅନୁବାଦର ଲୁକ୍କାୟିତ ଦିଗ ଉପରେ ଆଲୋକପାତ କରିଥିଲେ।ଆସରରେ ସଭାପତିତ୍ୱ କରୁଥିବା ଦକ୍ଷ କବୟିତ୍ରୀ ତଥା ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ର ଆନୁଷ୍ଠାନିକ ଉପଚାର ପରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ବିରଞ୍ଚି ନାରାୟଣ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ ସହ ସନ୍ଧ୍ୟା ଆସରର ଦାୟିତ୍ୱ ବହନ କରିଥିଲେ।ଅତିଥିଙ୍କ ଅଭିଭାଷଣ ପରେ ମଞ୍ଚ ପରିଚାଳନା ଓ ସଂଯୋଜନା ଦାୟିତ୍ୱ କବିତା ଆସର କାର୍ଯ୍ୟକ୍ରମ ସୁଦୂର ବାଙ୍ଗାଲୋରରୁ କବି ସଂଗଠକ ସୀମାଞ୍ଚଳ ରଣା (ଉପ ସଭାପତି -ଶାଳପର୍ଣ୍ଣୀ) ବହନ କରିଥିଲେ ଏବଂ କବିତା ଆସରକୁ ତ୍ବରାନ୍ବିତ କରିଥିଲେ।ଏହି ସନ୍ଧ୍ୟା ଆସରରେ ସୁଦୂର ବାଙ୍ଗାଲୋର ରୁ ଶ୍ରୀମତୀ ପ୍ରଜ୍ଞାପରମିତା ସାହୁ, ସହ (ସମ୍ପାଦିକା ଶାଳପର୍ଣ୍ଣୀ),ଗଜପତିରୁ–ଡ. ଚନ୍ଦ୍ରଶେଖର ଦାସ (ଅଧ୍ୟାପକ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଫୁଲବାଣୀ),ରାକେଶ ମହାନ୍ତି,ନଳିନୀ ପାଣିଗ୍ରାହୀ, ପୂର୍ଣ୍ଣିମା ସ୍ବାଇଁ, ରିତା ପରାଜିତା ମହାନ୍ତି, ଡ.ମଧୁମିତା ଷଡଙ୍ଗୀ, ନୀରଞନ ମାଇତି,ଶ୍ରୀଯୁକ୍ତ ସୁରଜିତ ପାତ୍ର,ଶ୍ରୀଯୁକ୍ତ ଆଶିଷ କୁମାର ବେହେରା (ଶାଳପର୍ଣ୍ଣୀର କୋଷାଧ୍ୟକ),ସ୍ନେହ ମିଶ୍ର,ପଙ୍କଜିନି ଶବର, ଝୁନା କୁମାରୀ ସାହୁ, ଇନ୍ଦ୍ରଜିତ,ସୌଦାଗର ସିୟ,ବ୍ୟାସଦେବ ଦଣ୍ଡସେନା,ସ୍ନେହାବେହେରା, ରଞ୍ଜନ କୁମାର, ରାଜେନ୍ଦ୍ର ନାୟକ,ମମତା ସାହୁ, ହେମନ୍ତ ନାୟକ, ଅଜୟ କେତନ ସାହୁ, ଏବଂ ଇସ୍ରୋର ଅବସର ପ୍ରାପ୍ତ ବୈଜ୍ଞାନିକ କବି/ଗାଳ୍ପିକ ଡ଼.କାର୍ତ୍ତିକ ସ୍ୱାଇଁ ଯୋଗଦେଇଥିଲେ।ଆସରରେ ଯୋଗ ଦେଇଥିବା କବି/କବୟିତ୍ରୀ ମାନେ ସୁଦୂରବାଙ୍ଗାଲୋର, କଟକ, ପାରଳାଖେମୁଣ୍ଡି, ବଲାଂଗୀର,ମୟୂରଭଞ୍ଜ, ନୟାଗଡ଼,ଖୋର୍ଦ୍ଧା ତଥା କନ୍ଧମାଳରୁ ଥିଲେ।
ପଠିତ କବିତା ମଧ୍ୟରେ “ନାରୀରତ୍ନ” “ବୋଉ” “ଅତୀତ” “ଜହ୍ନପରି” “ପ୍ରଣୟିନୀ” “ଅପରାଜିତା” “ସବୁ ବନ୍ଧନ କାଟି” “ଆଜିର ମଣିଷ” “ସ୍ୱର ଏକ ଶତାବ୍ଦୀର ମନେ” “କଳିଯୁଗ ସରକାର” “ଆଜିବି ରେବତୀ ଫେରିଛି” “ସହର ଛାଡିବା ପୂର୍ବରୁ” “ପରକୀୟା ପ୍ରୀତି ଭାରି ବିଷମ” “ପ୍ରେମ” “ହୃଦୟ ହୀନା” ” ହେ ରଘୁ ନନ୍ଦନ” “ଜହ୍ନରାତି” ଇତ୍ୟାଦି ଖୁବ ଚମତ୍କାର ଶୈଳୀରେ ଉପସ୍ଥାପନ ହୋଇଥିଲା ।ମୁଖ୍ୟ ଅତିଥିଙ୍କ ହାସ୍ୟରସାତ୍ମକ ଗଳ୍ପ “ପେଟଖରାପ” ଭିନ୍ନଦୃଷ୍ଟିରେ ବନ୍ଧୁତାର ବାର୍ତ୍ତା ପ୍ରଦାନ କରିଥିଲା।
ଶେଷରେ ଶାଳପର୍ଣ୍ଣୀର ସହ-ସମ୍ପାଦ ତଥା କବି ନାଟ୍ୟକାର ସୁରଜିତ ପାତ୍ର ଆସର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.