ବ୍ରହ୍ମାପୁର ମହାନଗର ନିଗମ ର ବଡ଼ ବାବୁ କିଏ …?ଅଧିକାରୀ ନା କିରାଣୀ..?

ଦିନ ଦିପହରେ ଚାଲିଛି ହରଲୁଟ…!!

..
ବ୍ରହ୍ମପୁର: ୨ ୧ -୧ ରାଜନୈତିକ ଫାଇଦା ନେବାକୁ ଭିତ୍ତିଭୂମି ନଥାଇ ବ୍ରହ୍ମପୁର ସହାର କୁ ମହାନଗର ନିଗମ ଘୋଷଣା କରିବା ପର ଠାରୁ ଦୁର୍ନୀତି ଏବେ ଚରମସୀମା ରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ସହରରେ ଥିବା ବିଭିନ୍ନ ୱାର୍ଡ଼ରେ ଡ୍ରେନେଜ, ରାସ୍ତାଘାଟ, ଆଲୁଅ, ପରିମଳ ବ୍ୟବସ୍ଥାରେ ଯେପରି ଅବ୍ୟବସ୍ଥା ଲାଗିରହିଛି। ସହରକୁ ଆସୁଥିବା ନୂଆ ଅତିଥି ମାନେ କହୁଛନ୍ତି ଭିତ୍ତି ଭୂମି ନଥାଇ ଅତି ତରବର ଭାବେ ବ୍ରହ୍ମପୁର ସହାର କୁ ମହାନଗର ନିଗମ ଘୋଷଣା ପର ଠାରୁ ଏଠାରେ କେତେଜଣ ବଡ଼ ବାବୁ ଅଛନ୍ତି ବୋଲି ପ୍ରଶ୍ନ ଉଠୁଛି, ଯେଉଁ ବ୍ୟକ୍ତି ବିଶେଷ କରି କୌଣସି କାମରେ ବିଏମସି କୁ ଥରେ ଯାଇଥିଲେ ସେ ଅନୁମେୟ କରି ପାରିବେ ଏଠାରେ ପ୍ରଶାସନିକ ଅଧିକାରୀ କିଏ..? ଆଉ କେତେଜଣ..? । ଏଠାରେ କେବଳ ଚାଲିଛି ସରକାର ଙ୍କ ଅର୍ଥକୁ ବାଟମାରଣା କରିବା କେଉଁଠି ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ କରାଯଉଛି। ଆଉ କେତେକ ୱାର୍ଡରେ ଏବେବି ପକ୍କା ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଦୁଇ ଚକିଆ ଦୁଇଟି ଗାଡ଼ି ଯିବାକୁ ବହୁ କଷ୍ଟ ଅନୁଭବ କରିବାକୁ ପଡୁଛି। ସ୍ୱଚ୍ଛତା ସାଙ୍ଗକୁ ଉନ୍ନୟନ ନାମରେ ଲକ୍ଷ ଲକ୍ଷ ଟଙ୍କା ଦିନ ଦିପହରେ ବାଟମାରଣା କରଯାଉଥିବା ବେଳେ ଏଠାକାର ନିର୍ବାଚିତ ପ୍ରତିନିଧି ଚୌକି ଚାଲି ଯିବା ଭୟରେ ଚୁପ ରହୁଥିବା ଚର୍ଚ୍ଚା ମଧ୍ୟ ହେଉଛି।ବିରୋଧି ଦଳ ମାନଙ୍କ ପକ୍ଷରୁ ଅଭିଯୋଗ କିମ୍ବା ପ୍ରତିବାଦ ହେଉନଥିବା ଯୋଗୁଁ ଆଜି ବ୍ରହ୍ମପୁର ର ଅବସ୍ଥା ଏପରି ହୋଇଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି। ବ୍ରହ୍ମପୁର ମହାନଗର ନିଗମ ରେ କୌଣସି ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ହାତ ମାରିବ ସେଠାରେ ପାଇବ ଦୁର୍ନୀତି ର ଗନ୍ଧ l ସରକାରୀ ନିୟମ ଏଠାରେ ଧର୍ମକୁ ଆଖି ଠାର କହିଲେ କିଛିବି ଭୁଲ ହେବ ନାହିଁ l ସରକାରୀ ଅର୍ଥ କୁ ଯୋଜନା ବଦ୍ଧ ଭାବରେ ହରଲୁଟ ଚାଲିଛି l ଏଠାରେ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ ଷ୍ଟେନୋ ଓ କିରାଣୀ ମାନଙ୍କ ଜରିଆରେ ନିଜ ପକେଟ ଗରମ କରି ଦାୟିତ୍ୱ ଏମାନଙ୍କୁ ଦେଇ ଆରାମ ରେ ଦିନ ଅତିବାହିତ କରୁଥିବା ନଜର କୁ ଆସୁଥିବା ଅଭିଯୋଗ ହେଉଛି l ଏଠାରେ ଅଭିଯୋଗ କରିବ କାହାକୁ..? କେବଳ ଅଭିଯୋଗ ପ୍ରକୋଷ୍ଟ ରହିଛି କିନ୍ତୁ କୌଣସି କାମରେ ଆସୁନି ବୋଲି ଚର୍ଚ୍ଚା ହେଲାଣି l ସହରରେ ବିରୋଧୀ ବିହୀନ ଶାସନ ଏଠାରେ ସ୍ୱର ଉଠାଇବା ପାପ l ରାଜ୍ୟ ସରକାର ଯଦି ବ୍ରହ୍ମପୁର ମହାନଗର ନିଗମ କୁ ସ୍ୱତନ୍ତ୍ର ଅଡିଟ କରନ୍ତି ତେବେ ଅନେକ ତଥ୍ୟ ଲୋକ ଲୋଚନ କୁ ଆସିବା ସହିତ ବାବୁ ମାନଙ୍କ ଅସଲ ମୁଖା ଖୋଲି ଯାନ୍ତା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ଉଠୁଛି l ଉର୍ଣ୍ଣୟନ ମୂଳକ କାର୍ଯ୍ୟ ପାଇଁ ହେଉଥିବା ଟେଣ୍ଡର ରେ ବି ଫିକ୍ସଙ୍ଗ ହେଉଛି ବୋଲି ଅଭିଯୋଗ ଉଠୁଛି l ସହାର ର ରୋଡ଼, ଡ୍ରେନେଜ, ପରିମଳ, ଲାଇଟ କଥା ନକହିବା ଭଲ l ଉର୍ଣ୍ଣୟନ ମୂଳକ କାର୍ଯ୍ୟ ନା ରେ ହେଉଛି ହରଲୁଟ ବ୍ରହ୍ମପୁର ରେ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ଙ୍କ ପାଖରେ ଅନେକ ଅଭିଯୋଗ ହୋଇଛି କିନ୍ତୁ ଫଳ ଶୂନ l ସହାର ତଥା ଜିଲ୍ଲା ରେ ଥିବା ପ୍ରଶାସନିକ ଅଧିକାରୀ ଙ୍କ ମିଲିଭଗତ ରେ ଚାଲିଛି ସରକାରୀ ଅର୍ଥ ହଡପ ଏଠାରେ ସହାର ର ଜନତା ଜଳକା…!

nis-ad
Leave A Reply

Your email address will not be published.