ଫୁଲବାଣୀରେ ମେଗା ନିଯୁକ୍ତି ମେଳା : ଯୋଗଦେବେ ୧୨୦ରୁ ଉର୍ଦ୍ଧ୍ବ ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ…

ପୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣଠାରେ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କ ନିମନ୍ତେ ଦ୍ଵିତୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେଉଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, କିଟ୍ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହ‌ଯୋଗରେ ଏହି ମେଗା ନିଯୁକ୍ତି ମେଳା ଆୟୋଜିତ ହେଉଛି । ଏହା ହେଉଛି ଭାରତର ସର୍ବବୃହତ ନିଯୁକ୍ତି ମେଳା । ଏଥିରେ ୧୨୦ ରୁ ଉର୍ଦ୍ଧ୍ବ ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ ଓ

ବ୍ୟବସାୟ ପ୍ରତିଷ୍ଠାନ ଯୋଗ ଦେଉଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଳକ୍‌ରୁ ୨୦ ହଜାର ଆଶାୟୀ ପ୍ରାର୍ଥୀ ଏହି ନିଯୁକ୍ତି ମେଳାରେ ଯୋଗଦେବେ । ଗୋଟିଏ ଦିନରେ ପ୍ରାୟ ୧୦ ହଜାର ପ୍ରାର୍ଥୀ ନିଯୁକ୍ତି ପାଇବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ମନୋନୀତ ପ୍ରାର୍ଥୀଙ୍କ ମାସିକ ବେତନ ସର୍ବନିମ୍ନ ୧୨ହଜାରରୁ ୪୫ ହଜାର ଟଙ୍କା ସହ କମ୍ପାନୀଗୁଡ଼ିକ ପକ୍ଷରୁ କର୍ମଚାରୀଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । କେତେକ କମ୍ପାନୀ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ବେତନ ୮୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଫୁଲବାଣୀ ସହରକୁ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସମଗ୍ର ଭାରତରୁ ୧୨୦ଟି କମ୍ପାନୀ ଆସିବା ନିଶ୍ଚିତ ଭାବେ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଗୌରବର ବିଷୟ ବୋଲି ସାଂସଦ ଶ୍ରୀ ସାମନ୍ତ କହିଛନ୍ତି ।ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟର ଯୁବଗୋଷ୍ଠୀଙ୍କ ବିକାଶ ଓ କର୍ମନିଯୁକ୍ତି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସାଂସଦ ଡ. ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀ ଭାଇ ଭଉଣୀମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ୨୦୨୦ରେ ପ୍ରଥମ ଥର ପାଇଁ ଫୁଲବାଣୀରେ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ନିଯୁକ୍ତି ମେଳାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବହୁ ବେକାର ଯୁବକ ଯୁବତୀ ବିଭିନ୍ନ ଜର୍ମାନୀ ଓ ସଂସ୍ଥାରେ ନିଯୁକ୍ତି ପାଇ ପାରିଥିଲେ। ଏହା ବ୍ୟତୀତ ଶ୍ରୀ ସାମନ୍ତ ତାଙ୍କ ନିଜ ଅନୁଷ୍ଠାନ କିଟ ଓ କିସ୍‌ରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୭ ଶହରୁ ଊର୍ଦ୍ଧ୍ୱ ପିଲା ନିଯୁକ୍ତି ପାଇପାରିଛନ୍ତି ।ଏହି ନିଯୁକ୍ତି ମେଳାରେ ଯୋଗଦେବାକୁ ଥିବା ସଂସଦୀୟ କ୍ଷେତ୍ରର ସମସ୍ତ ଯୁବକ ଯୁବତୀଙ୍କୁ ସେମାନଙ୍କ ନିଜ ନିଜ ବ୍ଲକ କାର୍ଯ୍ୟାଳୟଠାରୁ ଫୁଲବାଣୀ ଷ୍ଟାଡିୟମ ପର୍ଯ୍ୟନ୍ତ ମାଗଣରେ ଯିବା ଆସିବାର ବନ୍ଦବୋସ୍ତ କରାଯାଇଛି । ଏହା ସହିତ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥି ନିମନ୍ତେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକ: ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଳକ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକର ପ୍ରାର୍ଥୀମାନେ ନିର୍ଦ୍ଧାରିତ ଦିନ ପୂର୍ବରୁ ନିଜ ନିଜ ବ୍ଲକ କାର୍ଯ୍ୟାଳୟରେ ଅଗ୍ରାମ ନାମ ପଞ୍ଜୀକରଣ କରିବା ପାଇଁ ସୂଚନା ଦିଆଯାଇଛି। ପଞ୍ଜୀକରଣ ସମୟରେ ପ୍ରାର୍ଥୀମାନେ ସେମାନଙ୍କ ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ପାସ ଫଟୋ ଆଣିବେ । ସକାଳ ୮ରୁ ୯ ଘଣ୍ଟା ମଧ୍ୟରେ ସମସ୍ତ ପ୍ରାର୍ଥୀ ନିଯୁକ୍ତି ମେଳାରେ ପହଞ୍ଚିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଏଥିପାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ, ସାଂସଦ ଶ୍ରୀ ସାମନ୍ତ କନ୍ଧମାଳର ସାଂସଦ ଭାବେ ନିର୍ବାଚିତ ହେବା ପରେ ସଂସଦୀୟ କ୍ଷେତ୍ରର ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ପର୍ଯ୍ୟଟନ, ଟେଲି ଯୋଗାଯୋଗ, ରେଳପଥ ସଂଯୋଗୀ କରଣ ଓ ନିଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରି ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରେ ଶ୍ରୀ ସାମନ୍ତଙ୍କ ଉଦ୍ୟମ ରେ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଫୁଲବାଣୀଠାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍ ଓ ମେଡିକାଲ କଲେଜ ସ୍ଥାପନ ସମ୍ପୂର୍ଣ୍ଣ ହୋଇ ପାରିଛି। କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରକୁ ରେଳ ଲାଇନ ସଂଯୋଗ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଜିଲ୍ଲାରେ ଅଧିକ ଟେଲିଫୋନ ଟାୱାର ସ୍ଥାପନ ପାଇଁ ମଧ୍ୟ ଅନୁମୋଦନ ହୋଇ କାମ ଆଗେଇ ଚାଲିଛି। କନ୍ଧମାଳ ଏକ ଅକାଂକ୍ଷା ଜିଲ୍ଲା ଭାବେ ସମଗ୍ର ଦେଶରେ ୯୭ରୁ ୭ ସ୍ଥାନକୁ ଉନ୍ନୀତ ହୋଇଛି ।ଅନ୍ୟ ମଞ୍ଚାସିନ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଙ୍କ ସମେତ ସରକାରୀ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.