ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟର ଉଦଯାପନୀ ସମାରୋହ…


ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଉଚ୍ଚମାଧ୍ୟ୍ୟମିକ ବିଦ୍ୟାଳୟରେ ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟଓ ଜଗନ୍ନାଥ ସଂସ୍କୃତି କୁ ନେଇ ଯେଉଁ ପ୍ରତଯୋଗିତା ହୋଇଥିଲା ତାର ଉଦଯାପନୀ ଅଧ୍ୟକ୍ଷ ଡ଼ ଜ୍ୟୋତି ରଞ୍ଜନ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଆ ଭାଷା ର ସୃଷ୍ଟି ଏହାର ସୁରକ୍ଷା ଉତ୍କଳୀୟ ସଂସ୍କୃତି ରେ ଶ୍ରୀ ଜଗନ୍ନାଥ କୁ ନେଇ ବିଷଦ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବେ ରସାୟନ ବିଭାଗର ଅଧ୍ୟାପକ ଶ୍ରୀ ସୁବ୍ରତ ରତନ ବେହେରା ଓ ନୋଡାଲ ଅଫିସର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା କୁମାରୀ ନାୟକ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିବାବେଳେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଗୀତାଞ୍ଜଳି ଶବର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ଅତିଥି ମାନେ ପ୍ରଦାନ କରିଥିଲେ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.